ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ହମଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ବଢି ଯାଇଛି । ଏହି ଜଘନ୍ୟ କାଣ୍ଡ ପାଇଁ ଚାରିଆଡୁ ପାକିସ୍ତାନକୁ ନିନ୍ଦା କରାଯାଉଛି । ଇତି ମଧ୍ୟରେ ସୋସିଆଲ ମିଡିଆରେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜାଙ୍କୁ ଅନେକ କଥା ଶୁଣିବାକୁ ପଡିଛି । କେବଳ ସାନିଆ ମିର୍ଜାଙ୍କୁ ନୁହେଁ ବରଂ ତାଙ୍କ ପତି ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବି ଲୋକେ ଅନେକ କଥା ଶୁଣାଉଛନ୍ତି । ଏହାସହିତ ସାନିଆ ମିର୍ଜାଙ୍କ ବିରୋଧରେ ବିଜେପି ବିଧାୟକ ଏକ ମୋର୍ଚ୍ଚା ଖୋଲିଛନ୍ତି ।
ପ୍ରକୃତରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପାକିସ୍ତାନ ଜିନ୍ଦା ବାଦ୍ ବୋଲି ଲେଖିଛନ୍ତି । ସେ ଅନ୍ଦାଜ କରିପାରି ନାହାନ୍ତି କି ତାଙ୍କର ଏହି ଟ୍ୱିଟ୍ ଦ୍ୱାରା ଲୋକେ ଭଡକିବା ସହିତ ତାଙ୍କ ପତ୍ନୀ ସାନିଆ ମିର୍ଜାଙ୍କୁ ଅନେକ କଥା ଶୁଣାଇବେ ।
Hamara #PakistanZindabad ????
— Shoaib Malik ?? (@realshoaibmalik) February 27, 2019
ବିଜେପି ବିଧାୟକ ରାଜା ସିଂହ କହିଛନ୍ତି ସାନିଆ ମିର୍ଜାଙ୍କୁ ତେଲେଙ୍ଗାନା ବ୍ରାଣ୍ଡ ଆମ୍ବାସାଡାରରୁ ହଟାଇବା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଦାବି କରିଛନ୍ତି । ଯେତେବେଳେ ସାରା ଦେଶ ପାକିସ୍ତାନ ଏବଂ ଆତଙ୍କୀ ବିରୋଧରେ ଠିଆ ହୋଇଛି, ପାକିସ୍ତାନର ସେନା ଲଗାତର ଭାବେ ଆମ ସେନାଙ୍କ ଉପରେ ହମଲା କରୁଛି । କିନ୍ତୁ ଆମ ବ୍ରାଣ୍ଡ ଆମ୍ବାସାଡାରଙ୍କ ପତି ଭାରତ ବିରୋଧରେ ଅଛନ୍ତି । ଏଭଳି ହରକତକୁ ବରଦାସ୍ତ କରାଯିବ ନାହିଁ । କେବଳ ଏତିକି ନୁହେଁ ସାଇନା ନେହୱାଲ ଏବଂ ପିବି ସିନ୍ଧୁଙ୍କୁ ବ୍ରାଣ୍ଡ ଆମ୍ବାସାଡାର କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବିଧାୟକ ପ୍ରସ୍ତାବ ରଖିଛନ୍ତି ।