ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳର ନେତା ମନ୍ତ୍ରୀଙ୍କ ମଧ୍ୟରେ ଚାଲିଛି ଗୋଡ ଟଣା ଟଣି । ଜଣେ ଅନ୍ୟ ଜଣଙ୍କ ବିଷୟରେ ବିବାଦୀୟ ବୟାନ ଦେବାରେ ଲାଗିପଡିଛନ୍ତି । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ରାଷ୍ଟ୍ରୀୟ ଲୋକଦଳର ମୁଖିଆ ଅଜିତ୍ ସିଂହ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ହମଲା କରିଛନ୍ତି ।
ଅଜିତ୍ ସିଂହ କହିଛନ୍ତି କି, ମୋଦି କଦାପି ସତ କୁହନ୍ତି ନାହିଁ । ଏହାସହିତ ସେ ତାଙ୍କର ପତ୍ନୀଙ୍କୁ ବିନା ଛାଡପତ୍ର ରେ ହିଁ ଛାଡି ଦେଇଛନ୍ତି ।
ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବାଗପଚରେ ପର୍ହଛିଥିଲେ ଆରଏଲଡି ଅଧ୍ୟକ୍ଷ ଅଜିତ୍ ସିଂହ । ହୀରୋଜ କଲେଜରେ ଆୟୋଜିତ ହୋଇଥିବା ଏକ ଗଠବନ୍ଧନ ସଭାକୁ ସମ୍ବୋନ୍ଧନ କରିବାକୁ ଆସିଥିଲେ ।
ସଭା ମଞ୍ଚରେ ଅଜିତ୍ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ହମଲା କରି କହିଛନ୍ତି କି, ‘ମୋଦି ଆଜି ପର୍ଯ୍ୟନ୍ତ ସତ ହିଁ କହି ନାହାନ୍ତି । ସବୁବେଳେ ପିଲାଙ୍କୁ କୁହନ୍ତି ସତ କୁହ, କିନ୍ତୁ ତାଙ୍କ ମା’ ବାପା ସତ କହିବା ଶିଖାଇ ନାହାନ୍ତି । ମହିଳାଙ୍କ ପକ୍ଷଦର ଅଟନ୍ତି, ତିନି ତଲାକ ତିନି ତଲାକ.. ମାତ୍ର ନିଜ ପତ୍ନୀଙ୍କୁ ଗୋଟେ ଥର ବି ତଲାକ କହିଲେ ନାହିଁ ଏବଂ ଛାଡିଦେଲେ ।’
#WATCH RLD Chief Ajit Singh on PM Modi: Ye jhoot nahi bolta..bas isne aaj tak sach nahi bola.Bacchon ko kehte hain sach bola kar,lekin iske Ma baap ne nahi sikhaya.Mahilaon ka pakshdhar hai,teen talaq teen talaq..apni patni ko ek baar bhi talaq nahi bola aur chhod diya (3.4.19) pic.twitter.com/K6kDMcKcmN
— ANI UP (@ANINewsUP) April 4, 2019