ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଆଉ ଏକ ସମସ୍ୟା ଆସି ପହଁଚି ଯାଇଛି । ଆଜ୍ଞା ହଁ ମାନହାନୀ କେସ୍ ମାମଲାରେ ବୁଧବାର ଠାଣେର ଏକ କୋର୍ଟ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରାଯାଇଛି । ରାହୁଲଙ୍କ ବ୍ୟତିତ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ବିରୋଧରେ ମଧ୍ୟ ସମନ ଜାରି କରାଯାଇଛି ।
ଏହି ସମନରେ ଦୁଇ ନେତାଙ୍କୁ ଅପ୍ରିଲ ୩୦ ଭିତରେ କୋର୍ଟରେ ହାଜର ହେବା ପାଇଁ କୁହାଯାଇଛି । ଏହି ନୋଟିସ୍ ମାନହାନୀ କେସ୍ ମାମଲାରେ ଜାରି କରାଯାଇଛି । ଏହାକୁ ସଂଘ କାର୍ଯ୍ୟକର୍ତ୍ତା ବିବେକ ଚମ୍ପାନେରକର ଦାଖଲ କରିଛନ୍ତି । ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ ଦୁଇ ନେତାଙ୍କର ଆରଏସଏସ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି ।
ସବୁଠାରୁ ବଡ କଥା ହେଉଛି ଏହି ମାମଲାର କ୍ଷତିପୂରଣ ପାଇଁ ପ୍ରତିକାତ୍ମକ ହିସାବରେ ଏକ ଟଙ୍କା ଦାବି କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ବିବେକ ଚମ୍ପାନେରକରଙ୍କ ଅଭିଯୋଗ ହେଉଛି କି, ଆରଏସଏସ ର ଗୌରୀ ଲଙ୍କେଶ ହତ୍ୟା ରେ ଦୁଇ ନେତା ମିଶି ବଦନାମ୍ କରିଛନ୍ତି ।
କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ବିବେକ କହିଛନ୍ତି କି, ହିଂସା କୌଣସି ବି ଘଟଣା ପାଇଁ ଆରଏସଏସକୁ ଦୋଷୀ କରିବା ରାହୁଲ ଏବଂ ୟେଚୁରୀଙ୍କ ଅଭ୍ୟାସ ଏବଂ ଏହାକୁ ରୋକିବା ଜରୁରୀ ଅଟେ ।