ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତିନିଦିନିଆ ଚୀନ ଗସ୍ତରେ ଯାତ୍ରା କରିଛନ୍ତି । ଏହି ଅବସରରେ ସେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଙ୍କ ସହିତ ସାକ୍ଷାତ କରିଛନ୍ତି । ଏହାପୂର୍ବରୁ ସେ ଉପରାଷ୍ଟ୍ରପତି ୱାଙ୍ଗ କିଶାନଙ୍କ ସହ ସାକ୍ଷାତ କରିଥିଲେ । ସାଂସ୍କୃତିକ ଏବଂ ଲୋକଙ୍କ ନିଜସ୍ୱ ସଂପର୍କ ଉପରେ ଉଚ୍ଚ ସ୍ତରୀୟ ତନ୍ତ୍ରର ଦ୍ୱିତୀୟ ବୈଠକ ସହ ଅଧ୍ୟକ୍ଷତା କରିବା ପାଇଁ ଜୟଶଙ୍କର ଚୀନ ଗସ୍ତରେ ଯାଇଛନ୍ତି ।
ଚୀନରେ ୱାଙ୍ଗ ୟି ଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହ ଜୟଶଙ୍କର ବୈଠକ କରିଛନ୍ତି । ସେ ଚୀନ ଉପରାଷ୍ଟ୍ରପତିଙ୍କୁ କହିଛନ୍ତି କି ଦୁଇ ବର୍ଷ ପୂର୍ବରୁ ଅସ୍ତାନାରେ ଆମେ ସାଧାରଣ ସହମତିରେ ପହଁଚିଥିଲେ । ଏଭଳିି ସମୟରେ ଯେତେବେଳେ ଦୁନିଆ ଅଧିକ ଅନିଶ୍ଚିତ । ସେଥିପାଇଁ ଆମ ସମ୍ବନ୍ଧ ମଜବୁତ ରହିବା ଉଚିତ୍ ।
ଚୀନ୍ ନେତୃତ୍ୱଙ୍କ ସହ ଆଲୋଚନା କରିବା ପାଇଁ ରବିବାର ଚୀନରେ ପହଁଚିଥିଲେ ଜୟଶଙ୍କର । ଏହି ଅବସରରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସୂଚନା ରହିଛି । ମୋଦି ସରାକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶୁଭାରମ୍ଭ ପରେ ଜୟଶଙ୍କର ଚୀନ ଗସ୍ତ କରୁଥିବା ପ୍ରଥମ ଭାରତୀୟ ମନ୍ତ୍ରୀ । ଏହି ଗସ୍ତ ଏହି ସମୟରେ ହୋଇଛି ଯେଉଁ ସମୟରେ ଭାରତ ସରକାର ଜାମ୍ମୁ-କାଶ୍ମୀରର ବିଶେଷ ଧାରା ହଟାଇବା ସହ ତାହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବାଣ୍ଟି ଦେଇଛନ୍ତି ।