ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବୁଧବାର ୧୦ କୋଟି ଟଙ୍କା ସର୍ତ୍ତରେ ବିଦେଶ ଯିବାକୁ ଉଚ୍ଚତମ ନ୍ୟାୟାଳୟ ପକ୍ଷରୁ ଅନୁମତି ମିଳିଯାଇଛି । ଏହାସହିତ ଆଇନ ସହିତ କୌଣସି ଖେଳ ନଖେଳିବାକୁ ନ୍ୟାୟାଳୟ ପକ୍ଷରୁ ଚେତାବନୀ ଦିଆଯିବା ସହ ଆଇଏନଏକ୍ସ ଏବଂ ଏୟାରସେଲ ମ୍ୟାକ୍ସିସ ମାମଲର ତଦନ୍ତ କରିବା ପାଇଁ ଆଦେଶ ଦିଆଯାଇଛି ।
ଅଦାଲତ କାର୍ତ୍ତିଙ୍କୁ ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ ମ୍ୟାକ୍ସିସ ମାମଲରେ ପଚରାଉଚରା କରିବା ପାଇଁ ୫,୬,୭ ଏବଂ ୧୨ ମାର୍ଚ୍ଚକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ନର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ନେତୃତ୍ୱ ଖଣ୍ଡପୀଠରେ କୁହାଯାଇଛି କି, ‘ ଆପଣ ୧୦ ରୁ ୨୬ ଫେବୃଆରୀ ଭିତରେ ଯୁଆଡେ ଯାଉଛନ୍ତି ଯାଆନ୍ତୁ, କିନ୍ତୁ ପଚରାଉଚରା ସହଯୋଗ ନିହାତି କରିବେ ।’
ଖଣ୍ଡପୀଠ ପକ୍ଷରୁ ଶୀର୍ଷ ଅଦାଲତର ରେଜିଷ୍ଟାର ଜେନେରାଲ କାର୍ତ୍ତିଙ୍କୁ ୧୦ କୋଟି ଟଙ୍କା ଜମା କରାଇବା ସହିତ ଲିଖିତ ଆକାରରେ ନିର୍ଦ୍ଦଶ ଦେଇଛନ୍ତି କି ସେ ଫେରିକି ଆସିବେ ଏବଂ ତଦନ୍ତରେ ସହଯୋଗ କରିବେ । କାର୍ତ୍ତି ଫେବୃଆରୀ ୧୦ ରୁ ୨୬ ଏବଂ ମାର୍ଚ୍ଚ ୨୩ ରୁ ୩୧ ମଧ୍ୟରେ ବିଦେଶ ଯିବା ପାଇଁ ଅନୁମତି ମାଗିଥିଲେ ।
ପୀଠ କାର୍ତ୍ତିଙ୍କର ସେହି ପିଟିସନ୍ ଉପରେ ଶୁଣାଣି କରିଥିଲେ, ଯେଉଁଥିରେ ସେ ‘ଟୋଟସ ଟେନିସ ଲିମିଟେଡ୍’ କମ୍ପାନୀ ଦ୍ୱାରା ଆୟୋଜିତ ଅନ୍ତରାଷ୍ଟ୍ରୀୟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପାଇଁ ଫ୍ରାନ୍ସ, ସ୍ପେନ୍, ଜର୍ମାନ ଏବଂ ବ୍ରିଟେନ୍ କୁ ଯାତ୍ରା କରିବାର ଅନୁମତି ମାଗିଥିଲେ । ‘ଟୋଟସ ଟେନିସ୍ ଲିମିଟେଡ’ ର କାର୍ଯ୍ୟାଳୟ ବ୍ରିଟେନ୍ ର ପଞ୍ଜିକୃତ ହୋଇଛି ।
ପିଟିସନ୍ ର ସେହି ଅନୁରୋଧକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧ କରିଛି । ପିଟିସିନ୍ ଅନୁଯାୟୀ, କାର୍ତ୍ତି ପୂର୍ବତନ ଖେଳାଳୀ ଏବଂ ବର୍ତ୍ତମାନ ପ୍ରଶାସକ ଭାବେ ତାଙ୍କର ସମ୍ବନ୍ଧ ରହିଛି ।
ସୋମବାର ପୀଠ ପକ୍ଷରୁ କୁହାଯାଇଥିଲା କି ସେ ସୁନିଶ୍ଚିତ କରିବେ ଯେ କାର୍ତ୍ତି ତଦନ୍ତ ଏଜେନ୍ସିକୁ ସହାୟକୁ କରନ୍ତୁ ଏବଂ ଟେନିସ ପାଇଁ ବି ଯାଆନ୍ତୁ । ଯଦି ଏଥିରୁ ବଞ୍ଚିତ ହେବାକୁ ଚେଷ୍ଟା କରିବେ ତେବେ ତାଙ୍କ ପାଇଁ କୌଣସିି ଟେନିସ ହେବ ନାହିଁ ।
ଶୀର୍ଷ ଅଦାଲତ ଏହାପୂର୍ବରୁ କାର୍ତ୍ତିଙ୍କ ପିଟିସନ୍ ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ପ୍ରକୃତରେ ନ୍ୟାୟାଳୟ ଜାଣିବାକୁ ଚାହୁଁଥିଲା କାର୍ତ୍ତି କିଏ? ଆପଣ କହୁଥିଲେ କାର୍ତ୍ତି ଚିଦାମ୍ବରମ? ତାଙ୍କୁ ସେଠାରେ ରହିବାକୁ ଦିଅ । ଆମ ପାଖରେ ଫଇସଲା କରିବା ପାଇଁ ଆହୂରୀ ମହତ୍ୱପୂର୍ଣ୍ଣ କାମ ଅଛି ।
କାର୍ତ୍ତି ଅପରାଧିକ ମାମାଲର ସମ୍ନା କରୁଛନ୍ତି, ଯାହାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ତଦନ୍ଦ ବ୍ୟୁରୋ କରୁଛି ।