ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୬୦ ବର୍ଷ ବୟସରେ ନିଜ ପୁରୁଣା ବନ୍ଧୁଙ୍କ ସହିତ ବିବାହ ରଚିଲେ କଂଗ୍ରେସ ମହାସଚିବ ଏବଂ ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ମୁକୁଳ ବାସାନିକ । ଏକ ପଞ୍ଚତାରକା ହୋଟେଲରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପାର୍ଟିର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଅଶୋକ ଗେହଲତ ଟ୍ୱିଟ୍ କରି କହିଛନ୍ତି କି, ‘ମୁକୁଲ ବାସାନିକ ଜୀ ଏବଂ ରବିନା ଖୁରାନା ଜୀଙ୍କୁ ଏକ ଯୋଡି ରୂପେ ଏକାସଙ୍ଗରେ ନୂତନ ଯାତ୍ରା ପାଇଁ ହୃଦୟରୁ ଶୁଭକାମନା । ଆଗାମୀ ବର୍ଷ ଆପଣଙ୍କ ଜୀବନରେ ସବୁଠାରୁ ସୁଖମୟ ହେଉ, ଖୁସିରେ ରୁହନ୍ତୁ ।’
Wishing Mukul Wasnik Ji and Raveena Khurana Ji heartiest congratulations on embarking on this new journey together as a couple. May the coming years prove to be the happiest time of your life. Stay blessed. pic.twitter.com/XPVMx0CjXf
— Ashok Gehlot (@ashokgehlot51) March 8, 2020
ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ମନୀଷ ତିୱାରୀ କହିଛନ୍ତି, ନବ ବିବାହିତା ଯୋଡି ମୁକୁଲ ଏବଂ ରବିନାଙ୍କ ନୂତନ ଶୁଭାରମ୍ଭ ପାଇଁ ମୁଁ ଆଉ ମୋ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଅବିବାହିତା ଥିବା ମୁକୁଲ ବାସାନିକଙ୍କ ନାମ ଗତ ବର୍ଷ ଅଗଷ୍ଟରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ସାମ୍ନାକୁ ଆସିଥିଲା ।