ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଏବଂ ଥରୁଅନନ୍ତପୁରମ ରୁ ସାଂସଦ ଶଶି ଥରୁର ସର୍ବଦା ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ପୁଣି ଥରେ ହ୍ୟୁଷ୍ଟନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱାଗତକୁ ପଣ୍ଡିତ ଜବାହାରଲାଲ ନେହେରୁ ଏବଂ ଇନ୍ଦୀରା ଗାନ୍ଧୀଙ୍କ ସହ ତୁଳନା କରି ଫସିଛନ୍ତି । ଗତ ରବିବାର ହାଓଡି ମୋଦି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋନ୍ଧିତ କରିଥିଲେ ।
ଶଶି ଥରୁର ଏକ ଫଟୋ ପୋଷ୍ଟ କରି ଟ୍ୱିଟ୍ ରେ ଲେଖିଥିଲେ , ‘୧୯୫୪ ରେ ଆମେରିକାରେ ନେହେରୁ ଏବଂ ଇନ୍ଦୀରା ଗାନ୍ଧୀ । ଦେଖନ୍ତୁ ବିନା ବିଶେଷ ଜନସମ୍ପର୍କ ଅଭିଯାନ, ଏନଆରଆଇ ଭିଡ ପ୍ରବନ୍ଧନ ଏବଂ ବଢେଇ ଚଢେଇ କରାଯାଉଥିବା ମିଡିଆ ପ୍ରଚାରକ ବହୁତ ସଂଖ୍ୟାରେ ଆମେରିକୀୟ ଜନତା ତାଙ୍କୁ ଦେଖିବା ପାଇଁ ଆସିଥିଲେ ।’
Nehru & India Gandhi in the US in 1954. Look at the hugely enthusiastic spontaneous turnout of the American public, without any special PR campaign, NRI crowd management or hyped-up media publicity. pic.twitter.com/aLovXvCyRz
— Shashi Tharoor (@ShashiTharoor) September 23, 2019
ଶଶି ଥରୁରଙ୍କ ଏହି ଟ୍ୱିଟ୍ ପରେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଏବଂ ପରେ ସେ ତାଙ୍କ ମତ ରଖିଛନ୍ତି କି ଏହି ଫଟୋ ଆମେରିକାର ନୁହେଁ ବରଂ ସୋଭିଏତ ସଂଘ ଗସ୍ତର ।
ଆସିଫ ଆଗାକିୟା ନାମଙ୍କ ଜଣେ ୟୁଜର୍ସ କହିଛନ୍ତି, ‘ଲୋ ଜି ଶଶି ଥରୁର ଜି । ଗଲ ହି ମୁକ ଗଇ । ୟେ ମସ୍କୋ ହୈ ।’
ସେହିପରି ଜ୍ୟୋତି ନାମକ ଜଣେ ୟୁଜର୍ସ କହିଛନ୍ତି, ‘ଅଳସୁଆ ଲୋକଙ୍କ ପାଇଁ ଏହା ପୁରୁଣା ଫଟୋ । ପଣ୍ଡିତ ନେହେରୁ ଏବଂ ଇନ୍ଦୀରା ଗାନ୍ଧୀଙ୍କ ଏହି ଫଟୋ ୧୯୫୬ ମସ୍କୋ ଗସ୍ତର । ’
ଜିତେନ୍ଦ୍ର ପ୍ରତାପ ସିଂହ ନାମକ ୟୁଜର୍ସ ଲେଖିଛନ୍ତି,ପ୍ରଥମ କଥା ହେଉଛି ଏହି ଫଟୋ ଆମେରିକାର ନୁହେଁ ବରଂ ୧୯୫୬ ମସ୍କୋ ଗସ୍ତର । ଏହା କଂଗ୍ରେସର ଅସଲ ସଂସ୍କୃତିକୁ ଦେଖାଇଥାଏ । ୧୯୫୪ ରେ ଇନ୍ଦୀରା ଗାନ୍ଧୀ କୌଣସି ପଦରେ ନଥିଲେ ।