ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପି ରହି ମଧ୍ୟ ସର୍ବଦା ନିଜ ଦଳର ଆଲୋଚନା କରୁଥିବା ଶତୃଘ୍ନ ସିହ୍ନା ଏବେ ପୁଣି ଏକ ବୟାନ ଦେଇଛନ୍ତି । ପାଟଣା ସିଟ୍ ରୁ ବିଜେପି ପ୍ରାର୍ଥୀ ହେବାର ଆଶା ଶତୃଘ୍ନଙ୍କର ଭାଙ୍ଗିବା ପରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ବୟାନ ଦେଇଛନ୍ତି । ୨୦ ପ୍ରତିଶତ ଗରିବ ପରିବାରକୁ ପ୍ରତି ମାସରେ ୧୨ ହଜାର ଟଙ୍କା ଦେବା ରାହୁଲଙ୍କ ପ୍ରତିଶୃତିକୁ ସିହ୍ନା ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ।
ଶତୃଘ୍ନ ଟ୍ୱିଟ୍ କରି କହିଛନ୍ତି କି , ‘ମିନିମମ ଇନକମ୍ ଗ୍ୟାରେଣ୍ଟି ସ୍କିମ ପରିସ୍ଥିତର ମାଷ୍ଟର ରାହୁଲ ଗାନ୍ଧୀଙ୍କର ଏହା ମାଷ୍ଟର ଷ୍ଟ୍ରୋକ୍ ।’
It's a masterstroke by the 'master of situation', @RahulGandhi – declaring #MinimumIncomeGuarantee scheme. It has rattled our people so much that some of our prominent people had to rush for a press conference, calling the whole declaration/ announcement "chhal kapat".
— Shatrughan Sinha (@ShatruganSinha) March 26, 2019
ସେ ଅନ୍ୟ ଏକ ଟ୍ୱିଟ୍ କରି କହିଛନ୍ତି କି, ମୁଁ ମୋ ବନ୍ଧୁ ଏବଂ ନେତାଙ୍କୁ ପଚାରିବାକୁ ଚାହିଁବି କି ଯେତେବେଳେ ଆପଣ ଏକ ବଡ ଘୋଷଣା କରିଥିଲେ, ଯେପରିକି ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଦିଆଯିବ, ଯୁବାପିଢୀଙ୍କୁ ୨ କୋଟି ଚାକିରୀ ଦିଆଯିବ ଇତ୍ୟାଦି । ତେବେ ଏହା କଣ ସତ ଥିଲା?
Would like to know from our learned friends / leadership – that when you announced various 'jumlaas'….15 Lacs to every individual, farmers' loan waivers & subsidies, more than 2 crore jobs for the youth every year, etc. etc..Was all this fair?
— Shatrughan Sinha (@ShatruganSinha) March 26, 2019
ଏହାକୁ ନେଇ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି , ଆପଣ କଲେ ରାସଲୀଳା, ବାକି ଅନ୍ୟ ସମସ୍ତେ କଲେ କ୍ୟାରେକ୍ଟର ଢିଲା.. ଦୁହିଁଙ୍କ ପାଇଁ ସମାନ ହକ୍ ହେବା ଉଚିତ୍ ସାରି । କଂଗ୍ରେସର ଏହି ନିଷ୍ପତିକୁ ଲୋକେ ସ୍ୱାଗତ କରିଛନ୍ତି ଏବଂ ବହୁତ ଉତ୍ସାହିତ ମଧ୍ୟ ଅଛନ୍ତି । ପ୍ରତିଶୃତି ମୁତାବକ ନିକଟରେ ୩ ଟି ରାଜ୍ୟରେ କଂଗ୍ରେସ ଋଣ ଛାଡ କରିଥିଲା ।
Aap kare toh 'raasleela', baki kare toh 'character dheela'! What is right for Peter, should be right for Paul, Sir. The people have welcomed this move & are very excited. Farmers loans have been waived as promised by them recently – in 3 different states.
— Shatrughan Sinha (@ShatruganSinha) March 26, 2019