ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ଏବଂ ପଞ୍ଜାବ ସରକାରରେ ଥିବା ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଭୋପାଳରେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ପକ୍ଷରେ ଜନସଭା ଅବସରରେ ସିଦ୍ଧୁ ଯେଉଁ ବୟାନ ଦେଇଥିଲେ, ସେଥିରେ ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ରାଗି ଯାଇଥିଲେ । ଦିଗବିଜୟଙ୍କୁ ‘ଶ୍ରୀମାନ ବଣ୍ଟାଧାର’ କହିବା ସହ ଶିବରାଜ କହିଥିଲେ କି ଭୋପାଳର ଜନତା ଦିଗବିଜୟଙ୍କୁ ୧୦ ବର୍ଷ କାଳ ସହିଛନ୍ତି ।
ସିଦ୍ଧୁଙ୍କ ଏକ ଭିଡିଓ ଟ୍ୱିଟ୍ କରି ଶିବରାଜ କହିଛନ୍ତି କି, ‘ସିଦ୍ଧୁ ଜୀ , ଛକ୍କା ମାରିବାରେ ଆପଣଙ୍କ ଦିନ ଚାଲିଯାଇଛି! ପୂରା ଦେଶ ଜାଣିଛି କି ଏବେ ଆପଣ କେବଳ ପାକିସ୍ତାନ ପାଇଁ ବ୍ୟାଟିଂ କରୁଛନ୍ତି! ଭୋପାଳ ର ଜନତା ତ ଶ୍ରୀମାନ ବଣ୍ଟାଧାରକୁ ଭଲ ଭାବେ ଜାଣିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀଙ୍କର ଅପମାନର ପ୍ରତିଶୋଧ ଜନତା ମତଦାନ କରିବା ଦିନ ନେବେ ଏବଂ ଏହାର ଫଳାଫଳ ମେ’ ୨୩ ଆପଣମାନଙ୍କୁ ମିଳିଯିବ!’
सिद्धू जी,छक्के मारने के आपके दिन लद गए हैं! पूरा देश जानता है कि अब आप सिर्फ़ पाकिस्तान के लिए बैटिंग करते हो!
भोपाल की जनता की तो वो श्रीमान बंटाधार को अच्छे से जानती है,10 साल इन्हें झेला है!
पीएम के इस अपमान का बदला जनता मतदान के दिन लेगी और 23 मई को आपको सबक मिल जाएगा! pic.twitter.com/HUBZZp85aw
— Chowkidar Shivraj Singh Chouhan (@ChouhanShivraj) April 29, 2019
ଭୋପାଳରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ସିଦ୍ଧୁ । ସେ କହିଥିଲେ କି , ‘ସେତେବେଳେ ଯୁବା ଥିଲି , ଏବେ ବି ଯୁବା ଅଛି, ଛକ୍କା ମାରୁଥିଲି, ବଲ୍ ବାଉଣ୍ଡ୍ରି ପାର୍ ହୋଇ ଅନେକ ସମୟରେ ଏତେ ଉପରକୁ ଯାଉଥିଲା ଭାରି କି ତାହା ଏୟାର ହଷ୍ଟେସଙ୍କ ହାତରେ ଲାଗି ଫେରୁଥିଲା । କିନ୍ତୁ ତୁମେ ଭୋପାଳବାସୀ ମୋଠାରୁ ଅଧିକ ଶକ୍ତିଶାଳୀ ଅଛ । ଏଭଳି ଛକ୍କା ମାର କି ନରେନ୍ଦ୍ର ମୋଦିଙ୍କୁ ହିନ୍ଦୁସ୍ଥାନରୁ ବାହାରକୁ ମାର ।’
ସେହିପରି ନରସିଂହପୁରରେ ରାଲି ଅବସରରେ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନ କରିଥିଲେ ସିଦ୍ଧୁ । ସେ କହିଥିଲେ କି, ‘ଦେଶରେ ତିନି ମୋଦି ଅଛନ୍ତି । ଏମାନଙ୍କ ମଧ୍ୟରୁ ନୀରବ ମୋଦି ଏବଂ ଲଳିତ ମୋଦି ଦେଶରୁ ଭାଗି ଯାଇଛନ୍ତି । ଏହାସହିତ ତୃତୀୟ ମୋଦି ଦେଶରେ ପ୍ରତିଶୃତିକୁ ଭୁଲି ଯାଉଛନ୍ତି । ’