ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଦୁଇ ଦିନିକିଆ ଅମେଠି ଗସ୍ତରେ ଯାଇଛନ୍ତି । ସେ ସେଠାରେ ପୁଣି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ହମଲା କରିଛନ୍ତି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କେରଳ ବାୟନାଡ ସିଟ୍ ରୁ ନିର୍ବାଚନ ଲଢିବାକୁ ନେଇ ସ୍ମୃତି ଇରାନୀ କହିଛନ୍ତି କି ୧୫ ବର୍ଷ କାଳ ଅମେଠିର ଜନତାଙ୍କ ସାହାରାରେ ସତ୍ତାର ସୁଖ ଭୋଗ କରିବା ପରେ ଏବେ ସେ ଅନ୍ୟ ରାଜ୍ୟକୁ ଭାଗୁଛନ୍ତି । ଏହା ଅମେଠି ଜନତାଙ୍କ ପାଇଁ ଅପମାନ ।
କେନ୍ଦ୍ରୀୟ ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି ଆଗାମୀ ଦିନ ମଧ୍ୟରେ ଅମେଠିର ଜନତା ରାହୁଲଙ୍କୁ ଉଚିତ୍ ଶିକ୍ଷା ଦେବେ ।
ରିପୋର୍ଟ ମୁତାବକ, ଲୋକସଭା ନିର୍ବାଚନ ପାଇଁ ଅମେଠି ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରତ୍ୟାଶୀ ଘୋଷିତ ହେବା ପରେ ସ୍ମୃତି ଇରାନି ଦୁଇ ଦିନିକିଆ ଗସ୍ତରେ ଅମେଠିରେ ପହଁଚିଛନ୍ତି । ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସେ ସଲୋନର କୃଷକ ମୋର୍ଚ୍ଚା ଏବଂ ଦ୍ୱିତୀୟ ଦିନ ତିଲୋଇରେ ଆୟୋଜିତ ପଛୁଆ ବର୍ଗ ସମ୍ମିଳନୀରେ ସାମିଲ ହେବେ ।