ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସବୁବେଳେ ବିଜେ ପିକୁ ଟାର୍ଗେଟ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଆଜି ନିଜ ପାରିବାରିକ ଆସନ ଆମେଥିରୁ ହାରିଯାଇଛନ୍ତି । ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି । ସୂଚନାଯୋଗ୍ୟ ରାହୁଳ କେରଳର ୱାଇନାଡ ଆସନରୁ ବିଜୟ ହୋଇଛନ୍ତି । ମାତ୍ର ସବୁଠାରୁ ଚର୍ଚ୍ଚିତ ଆସନ ଆମେଥିରୁ ସେ ହାରିଛନ୍ତି । ୨୦୧୪ ମସିହାରେ ଉକ୍ତ ଆସନରୁ ସ୍ମୃତି ଇରାନୀ ପରାଜୟ ବରଣ କରିଥିଲେ । ମାତ୍ର ପୁଣି ଥରେ ସେ ଦଳୀୟ ସମର୍ଥନରେ ସେ ରାଜ୍ୟ ସଭାକୁ ଯାଇ ମନ୍ତ୍ରୀ ହୋଇଥିଲେ ।
ତେବେ ଏନେଇ ରାହୁଳ ପ୍ରତିକ୍ରିୟାରେ କହିଛନ୍ତି ସେ ପରାଜୟକୁ ସ୍ୱୀକାର କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେଥିରେ ଭୋଟ ଗଣତି ସରିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ନିଜର ପରାଜୟ ସ୍ୱୀକାର କରିଛନ୍ତି । ସେହିଭଳି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ସେ ନିଜକୁ ଦାୟୀ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଜନତା ସ୍ପଷ୍ଟ ବହୁମତ ମୋଦିଙ୍କୁ ଦେଇଛନ୍ତି । ମୁଁ ଜନତାଙ୍କ ମତକୁ ସମ୍ମାନ ଜଣାଉଛି । ବିଜେପିର ଏହି ବିପୁଳ ବିଜୟ ପାଇଁ ମୋଦିଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।