ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜନ୍ମଦିବସ । ୭୩ ବର୍ଷ ବୟସରେ ପାଦ ଥାପିଛନ୍ତି ସୋନିଆ ଗାନ୍ଧୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ନେତା ଓ ମନ୍ତ୍ରୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅପରପକ୍ଷେ ମହିଳାଙ୍କ ପ୍ରତି ଦେଶରେ ବଢୁଥିବା ଦୁଷ୍କର୍ମ ଘଟଣାକୁ ନେଇ ସୋନିଆ ଗାନ୍ଧୀ କହିଛନ୍ତି କି, ମୁଁ ମୋ ଜନ୍ମଦିନ ପାଳନ କରୁ ନାହିଁ, କାରଣ ଦୁଷ୍କର୍ମ ଘଟଣାକୁ ନେଇ ମୁଁ ଦୁଃଖିତ ।
ସେହିପରି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘରେ ସାମ୍ନାରେ କଂଗ୍ରେସ କାର୍ଯ୍ୟକାର୍ତ୍ତା ମାନେ ପହଁଚିଥିଲେ ।
ଏହାସହିତ ମୋଦି ଟ୍ୱିଟ୍ କରି କହିଛନ୍ତି କି, ସୋନିଆ ଗାନ୍ଧୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ତାଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘାୟୁ ପାଇଁ ମୁଁ ପ୍ରାର୍ଥନା କରୁଛି ।
Birthday wishes to Mrs. Sonia Gandhi Ji. Praying for her long life and good health.
— Narendra Modi (@narendramodi) December 9, 2019
କଂଗ୍ରେସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ସୋନିଆ ଗାନ୍ଧୀ ଆମ ଶକ୍ତି ଏବଂ ଆମର ବଡ ନେତା । ସେ ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭକାମନା, ଯିଏ ମହିଳାଙ୍କ ଶକ୍ତି , ଦେଶର ସଂସ୍କୃତି ଏବଂ ଦେଶର ଲୋକଙ୍କ କ୍ଷମତାକୁ ନିଜ ମଧ୍ୟରେ ସମାହିତ କରିଛନ୍ତି ।