ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ଅଘାଡି ମେଣ୍ଟ ସରକାରରେ ଏବେ ଉଦ୍ଧବ ଠାକରେ ଓ କଂଗ୍ରେସ ଭିତରେ ଅସନ୍ତୋଷ ଦେଖା ଦେଇଛି । ଏମିତି କି ଏଇ ଗତ କିଛି ଦିନ ତଳେ ଉଦ୍ଧବ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲା । ଏମିତିକି ଏହି ଗସ୍ତକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିବା ଦେଖା ଦେଇଥିଲା । ତେବେ ଏବେ ଆଉ ଏକ ନୂଆ ବୟାନ ସାମ୍ନାକୁ ଆସିଛି ।
ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ମେଣ୍ଟ ସରକାରର ପିଡବ୍ଲ୍ୟଡି ମନ୍ତ୍ରୀ ଅଶୋକ ଚୌହ୍ୱାନ ସୋମବାର ଏକ ବୈଠକରେ ଯୋଗ ଦେଇ କହିଛନ୍ତି ମହାରାଷ୍ଟ୍ରରେ ମେଣ୍ଟ ସରକାର ଶପଥ ନେବା ପୂର୍ବରୁ ଏହି ରାଜିନାମା ଲେଖାଇଛନ୍ତି ସୋନିଆ ଗାନ୍ଧି। ଯଦି ସରକାର ସମ୍ବିଧାନର ନିୟମ ଭିତରେ ନରହି କାମ କରିବ ତାହେଲେ କଂଗ୍ରେସ ବିଧାୟକ ମାନେ କାମ ନକରିବେ ତା’ହେଲେ ମେଣ୍ଟ ସରକାରରୁ ଇସ୍ତଫା ଦେବେ ବୋଲି ସୋନିଆ କଂଗ୍ରେସ ନେତାଙ୍କୁ କହିଥିବା ଅଶୋକ କହିଛନ୍ତି । ତେବେ ଅଶୋକଙ୍କ ଏହି ବୟାନକୁ କାଉଣ୍ଟର କରି ଦେବେନ୍ଦ୍ର ଫଡନାବିସ କହିଛନ୍ତି ଯଦି ପରସ୍ପର ମଧ୍ୟରେ ଭଲ ସମ୍ପର୍କ ନାହିଁ କାହିଁକି ଶିବସେନା ମେଣ୍ଟରେ ରହିଛି ।