ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମାଜବାଦୀ ପାର୍ଟିର ନେତା ଆଜମ୍ ଖାନ୍ ସର୍ବଦା ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ପୁଣି ଏକ ବୟାନ ଦେଇଛନ୍ତି । ଶୁକ୍ରବାର ସେ କହିଛନ୍ତି କି, ‘ ଯୋଗୀ କହୁଛନ୍ତି ସେ ମୋଦିଙ୍କ ଫୌଜ୍ , ଏହି କଥା ମୁଖତାର ଅବ୍ୱାସ ନକବୀ ମଧ୍ୟ କହିଛନ୍ତି, କଲ୍ୟାଣ ସିଂହଙ୍କ ବିରୋଧରେ ନିର୍ବାଚନ ଆୟୋଗ କୌଣସି କାର୍ଯ୍ୟାନୁଷ୍ଠା ନେଲେ ନାହିଁ, କିନ୍ତୁ ଯେତେବେଳେ ମୁଁ କହିଥିଲି କି ଆମେ ଆମ ରକ୍ତର ଶେଷ ବୁନ୍ଦା ଯାଏଁ ଆମ ସୀମାକୁ ରକ୍ଷା କରିବୁ । ଏହାପରେ ନିର୍ବାଚନ ଆୟୋଗ ମୋ ଜିଭ କାଟି ଦେଲେ । ଏହା କି ପ୍ରକାର ନ୍ୟାୟ? ’
ହୁଏତ ସେନାଙ୍କୁ ନେଇ ବିବାଦୀୟ ବୟାନ ଦେବା ମାମଲାରେ କେନ୍ଦ୍ରମନ୍ତ୍ରୀ ମୁଖତାର ଅବ୍ୱାସ ନକବୀଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ଅଧିକାରୀ ଆଞ୍ଜନେୟ ସିଂହ ଦ୍ୱାରା ନୋଟିସ୍ ଜାରି କରାଯାଇଥିଲା । ଏହି ନୋଟସକୁ ଭିଡିଓ ଆଧାରରେ ଦିଆଯାଇଛି । ତିନି ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।
ସେପଟେ ଲୋକସଭାରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଆଜମ୍ ଖାନ୍ ଲଗାତର ଭାବେ ଉସକାଉ ଥିବା ଭାଷଣ ଦେଇ ଜନତାଙ୍କୁ ଜିଲ୍ଲାପ୍ରଶାସନ ବିରୋଧରେ ଭଡକାଉଥିବା ପ୍ରୟାସ କରିବାକୁ ନେଇ କଂଗ୍ରେସ ପ୍ରଦେଶ ଉପାଧ୍ୟକ୍ଷ ଫ୍ୟାସଲ ଖାଁ ତାଙ୍କ ନାଁରେ ଡିଏମ ଏବଂ ଏସପିଙ୍କ ପାଖରେ ଅଭିଯୋଗ କରିଥିଲେ ।
ପ୍ରମାଣ ଅଧାରରେ ସେ ଆଜମ୍ ଖାନ୍ ଙ୍କ ମାର୍ଚ୍ଚ ୨୯,୨୦୧୯ରେ ସମାଜବାଦୀ କାର୍ଯ୍ୟଳୟରେ ଦେଇଥିବ ଭାଷଣର ଭିଡିଓ କ୍ଲିପ୍ ମଧ୍ୟ ପଠାଇଥିଲେ । ଭିଡିଓରେ ଆଜମ୍ ଖାନ୍ ଜିଲ୍ଲାର କିଛି ଅଧିକାରୀଙ୍କୁ ନେଇ ଟିପ୍ପଣୀ ଦେଉଥିବାର ଦେଖିବାକୁ ମିଳିଛି ।
ଅଭିଯୋଗ ଅଧାରରେ ଜିଲ୍ଲାଧିକାରୀ ଏହି ମାମଲାରେ ଆଇନ୍ ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଇନ୍ ଶୁଣାଣି ହେବା ପରେ ପୋଲିସ ଆଜମ୍ ଙ୍କ ବିରୋଧରେ ମାମଲା ରୁଜୁ କରିଛି ।