ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମାଜବାଦି ପାର୍ଟିର ମହାସଚିବ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଏକ ଟିପ୍ପଣ ଦେଇଛନ୍ତି । ସେ କହିଛନ୍ତି କି ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ତେବେ ପୁଲୱାମାରେ ୪୦ ଯବାନ ସହୀଦ ହେବା ପରେ ମୋତେ ପାକିସ୍ତାନ ଉପରେ ହମଲା କରିବା ପାଇଁ ୪୦ ସେକେଣ୍ଡ ଲାଗିନଥାନ୍ତା ।
ମିଡିଆକୁ ସାକ୍ଷାତକରି ସେ କହିଛନ୍ତି କି, ଯେକୌଣସି ବ୍ୟକ୍ତିର ମୃତ୍ୟୁ ହେବା ପରେ ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ଏବଂ ମୁସଲମାନ ଧର୍ମରେ ନମାଜ ପାଠ ହୋଇଥାଏ । ଏହା ବିନା ମୋକ୍ଷ ପ୍ରାପ୍ତି ହୋଇନଥାଏ ବୋଲି କୁହାଯାଏ । ଏୟାର ଷ୍ଟ୍ରାଇକରେ ପାକିସ୍ତାନର ୪୫୦ ଲୋକଙ୍କ ମୃତ୍ୟୁ ହୋଇଛି । ହୁଏତ ଏହାଠାରୁ ଅଧିକ ଲୋକ ମଧ୍ୟ ମରି ଥାଇ ପାରନ୍ତି ।ପଡୋଶୀ ଦେଶ ପାକିସ୍ତାନ କିଭଲି ଏକ ମୁସଲମାନ ଦେଶ ଯାହାଙ୍କର ଏତେ ଲୋକ ମରିବା ପରେ ବି ସେମାନେ ନମାଜ ପାଠ କଲେ ନାହିଁ ।
ଏହାବ୍ୟତିତ ବିଜେପି ସରକାର ଉପରେ ଟାର୍ଗେଟ କରି ସେ କହିଛନ୍ତି କି ବିଜେପିର ମିଛ ନାରା ଏବଂ ପ୍ରତିଶୃତିରେ ଜନତାଙ୍କ ମନ ଭରି ସାରିଛି । ଯଦି ପ୍ରତ୍ୟେକ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ବର୍ଷ ଦୁଇ କୋଟି ରୋଜଗାର ଦେବାର ମୋଦିଙ୍କ ମିଛ ପ୍ରତିଶୃତିକୁ ବିଶ୍ୱାସ କରିପାରୁଛନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ନ୍ୟୁନତମ ଆୟ ଘୋଷଣା ପ୍ରତିଶୃତି ଉପରେ ବିଶ୍ୱାସ କରିବା ଉଚିତ୍ ।