ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ସରକାରରେ ସାମିଲ ହୋଇ ନଥିବା ସୁଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ଭାବେ ଜନତାଙ୍କ ସେବା କରିବାକୁ ମଉକା ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ସରକାରର ଦ୍ୱିତୀୟ କାର୍ଯ୍ୟକାଳ ପୂରା ଗୌରବର ସହିତ ପୂରଣ କରିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ଶପଥ ଗ୍ରହଣ ଉତ୍ସବ ଶେଷ ହେବା ପରେ ସୁଷମା ଟ୍ୱିଟ୍ କରିଛନ୍ତି କି, ପ୍ରଧାନମନ୍ତ୍ରୀ ଜୀ ଆପଣ ୫ ବର୍ଷ କାଳ ମୋତେ ବିଦେଶ ମନ୍ତ୍ରୀ ଭାବେ ଦେଶବାସୀ ଏବଂ ପ୍ରବାସୀ ଭାରତୀୟଙ୍କ ସେବା କରିବା ପାଇଁ ମଉକା ଦେଲେ ଏବଂ ପୂରା କାର୍ଯ୍ୟକାଳ ରେ ବ୍ୟକ୍ତିଗତ ଭାବେ ବହୁତ ସମ୍ମାନ ଦେଇଛନ୍ତି । ମୁଁ ଆପଣଙ୍କ ପାଖରେ ଋଣୀ । ଆମ ସରକାର ବହୁତ ଭାବେ ଚାଲୁ , ଏହା ଇଶ୍ୱରଙ୍କ ପାଖେ ମୋର ପ୍ରାର୍ଥନା ।
प्रधान मंत्री जी – आपने 5 वर्षों तक मुझे विदेश मंत्री के तौर पर देशवासियों और प्रवासी भारतीयों की सेवा करने का मौका दिया और पूरे कार्यकाल में व्यक्तिगत तौर पर भी बहुत सम्मान दिया. मैं आपके प्रति बहुत आभारी हूँ. हमारी सरकार बहुत यशस्विता से चले, प्रभु से मेरी यही प्रार्थना है.
— Sushma Swaraj (@SushmaSwaraj) May 30, 2019
ଖବରମୁତାବକ, ସୁଷମା ସ୍ୱରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ସେ ଲୋକସଭା ନିର୍ବାଚନ ନଲଢିବାକୁ ନିଷ୍ପତି ନେଇଥିଲେ । ଏହାସହିତ ଗୁରୁବାର ଶପଥ ଗ୍ରହଣ ନେବା ପର୍ଯ୍ୟନ୍ତ ସୁଷମାଙ୍କ ସରକାରରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଚାଲିଥିଲା ।
ବୈଦେଶିକ ମନ୍ତ୍ରୀ ଭାବେ ଟ୍ୱିଟ୍ ରେ ସକ୍ରିୟ ରହି ସୁଷମା ଅନେକ ଲୋକଙ୍କୁ ସହାଯ୍ୟ କରିଥିଲେ । ସେ ୨୪ ଘଣ୍ଟା କାଳ ଟ୍ୱିଟରରେ ସକ୍ରିୟ ରହୁଥିଲେ । ତାଙ୍କର ଏହି କାର୍ଯ୍ୟକାଳ ପାଇଁ ଭାରତ ସମେତ ପାକିସ୍ତାନ ଲୋକ ବି ତାଙ୍କର ଗୁଣଗାନ କରୁଛନ୍ତି । ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ନୂତନ ସରକାରରେ ସୁଷମା ସାମିଲ ନହେବା ଦ୍ୱାରା ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କ କାମକୁ ମନେ ପକାଉଛନ୍ତି ।