ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜନୀତି ଦଳର ଲୋକପ୍ରିୟ ନେତା, କୁଶଳ ବକ୍ତା ତଥା ବିଜେପିର ବରିଷ୍ଠ ନେତା ସୁଷମା ସ୍ୱରାଜଙ୍କ ଆଜି ଜନ୍ମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ,ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ଝିଅ ବାଂସୁରୀ ସ୍ୱରାଜ ସୁଷମାଙ୍କୁ ମନେପକାଇବା ସହ ସେ ଜଣେ ଅସାଧାରଣ ନେତା ବୋଲି କହିଛନ୍ତି ।
ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ବିଦେଶୀ ମନ୍ତ୍ରୀ ର ପଦ ସମ୍ଭାଳିଥିଲେ ସୁଷମା । ଏହାସହିତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଯୋଗୁଁ ୨୦୧୯ ନିର୍ବାଚନ ଲଢିନଥିଲେ ସୁଷମା ।
ସୁଷମାଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି , ସୁଷମା ଜୀଙ୍କୁ ପ୍ରଣାମ । ସେ ସାର୍ବଜନିକ ସେବା ପାଇଁ ଗାରିମା, ଶାଳିନତା ଏବଂ ଅତୁଟ ପ୍ରତିବନ୍ଧତାର ପ୍ରତିକ । ସେ ଭାରତୀୟ ମୂଲ୍ୟ ଏବଂ ଲୋକାଚାର ସହ ଜଡିତ ହୋଇଥିଲେ । ଏହାସହିତ ସେ ରାଷ୍ଟ୍ର ପାଇଁ ବଡ ସ୍ୱପ୍ନ ଦେଖିଥିଲେ । ସେ ଏକ ଅସାଧାରଣ ସହଯୋଗୀ ଏବଂ ଏକ ଉକ୍ରୃଷ୍ଠ ମନ୍ତ୍ରୀ ଥିଲେ ।
ସେହିପରି ଝିଅ ବାଂସୁରୀ ମା’ଙ୍କ ଜନ୍ମଦିନରେ ତାଙ୍କୁ ମନେପକାଇଛନ୍ତି । ସେ ତାଙ୍କ ପିତାଙ୍କ ଟ୍ୱିଟରରେ ଲେଖିଛନ୍ତି, ସୁଷମା ସ୍ୱରାଜଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା । ଆପଣ ଆମ ଜୀବନର ଖୁସୀ ଥିଲେ ।