ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମୋହମ୍ମଦ ର ମୁଖ୍ୟ ମସୁଦ ଅଜହରକୁ ଭାରତ ଦାୟିତ୍ୱରେ ଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜର ରାଜନୈତିକ କୂଶଳତାକୁ ପ୍ରମାଣିତ କରି ପାରିବେ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି । ଏହାସହିତ ଯଦି ଇମରାନ୍ ଖାନ୍ ଏତେ ହୃଦୟବାନ୍ ତେବେ ଭାରତ ଦାୟିତ୍ୱରେ ଅଜହରକୁ ଦେଇଦିଅନ୍ତୁ ।
ସୁଷମା ସ୍ୱରାଜ ଏକ ସମାରୋହରେ ଯୋଗ ଦେଇ ଆତଙ୍କବାଦୀ ଉପରେ ପାକିସ୍ତାନର ଦୋହରା ଯାଇଥିବା କଥାକୁ ମଜାକ ଉଡାଇ କହିଛନ୍ତି କି , ପୁଲୱାମା ପରେ ବି ଏଭଳି ଦୋହରା ହୋଇଥିବା ଚରିତ୍ରର ଅନେକ ଉଦାହରଣ ରହିଛି । ଯେପରି ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କ୍ୟୁରେଶୀ କହିଛନ୍ତି କି ଜୈଶ ପ୍ରମୁଖ ମସୁଦ ଅଜହର ପାକିସ୍ତାନରେ ଅଛି ଏବଂ ଅନ୍ୟପଟେ ପାକ୍ ସେନା କହିଛନ୍ତି କି ପାକିସ୍ତାନରେ ଜୈଶର କୌଣସି ଅସ୍ତିତ୍ୱ ନାହିଁ ।
ଫେବ୍ରୁଆରୀ ୨୭ ରେ ପାକିସ୍ତାନର ଦୁଃସାହାସ ଉପରେ ପ୍ରଶ୍ନ ଉଠାଇ ସୁଷମା କହିଛନ୍ତି କି, ‘ ଜୈଶ ପକ୍ଷରୁ ପାକିସ୍ତାନୀ ସେନା ଆମ ଉପରେ କାହିଁକି ହମଲା କଲେ, କ’ଣ ଆପଣ ମସୁଦ ଅଜହର ପକ୍ଷରୁ ପ୍ରତିଶୋଧ ନେଇ ନାହାନ୍ତି?’
ବିଦେଶ ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି କି, ଯେ ପର୍ଯ୍ୟନ୍ତ ପଡୋଶୀ ଦେଶ ନିଜ ମାଟିରେ ଆତଙ୍କି ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଏ, ସେ ଯାଏଁ ଭାରତ ପାକିସ୍ତାନ ସହିତ କୌଣସି ଆଲୋଚନା ହୋଇ ପାରିବ ନାହିଁ । ଭାରତ ସରକାରଙ୍କ ନୀତିକୁ ସ୍ପଷ୍ଟ କରି ସୁଷମା କହିଛନ୍ତି ଯେ , ‘ ଆମେ ଆତଙ୍କି ଉପରେ କୌଣସି ଆଲୋଚା କରିବାକୁ ଚାହୁଁନୁ, ଆମେ ଆତଙ୍କି ବିରୋଧରେ କଡା କାର୍ଯ୍ୟକାରୀ ଚାହୁଁଛୁ ।’