ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳିଳା ତାମିଲନାଡୁ ସରକାର । ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ସେ ତାଙ୍କ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ତାମିଲନାଡୁରେ ମେଣ୍ଟ ଥିଲା କିନ୍ତୁ ଚଳିତ ନିର୍ବାଚରେ ବାଜିମାତ କରିଛି ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ମେଣ୍ଟ ।
ତାମିଲନାଡୁର ୨୩୪ ବିଧାନସଭା ଆସନରୁ ଡିଏମକେ ମେଣ୍ଟ ଏକାକୀ ୧୫୬ ଆସନରେ ବିଜୟ ଆସଲ କରିଥିବା ବେଳେ ୭୪ ଟି ଆସନ ହାସଲ କରିଛି ଏଆଇଏଡିଏମକେ ମେଣ୍ଟ । ସେହିପରି ଅନ୍ୟାନ୍ୟ ୪ଟି ଆସରେ ବିଜୟ ହାସଲ କରିଛନ୍ତି ।