ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଆଜିଠୁ ଦକ୍ଷୀଣ-ଭାରତରେ ଦଳର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ସେ ବିଜେପିର ନିର୍ବାଚନୀ ପ୍ରଚାର ଘର-ଘର ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଏହାସହିତ ସେ ତାମିଲନାଡୁରେ ବିଜେପି ଗଠବନ୍ଧନର ସରକାର ଗଢିବାର ଆଶା ପ୍ରକଟ କରାଇଛନ୍ତି ।
କନ୍ୟାକୁମାରୀରେ ଶାହା କହିଛନ୍ତି କି, ଆଜି ଆମେ ଏଠାରେ ୧୧ ଟି ଘରକୁ ଯାଇ ଆମର ଡୋର ଟୁ ଡୋର ଅଭିଯାନ ଆରମ୍ଭ କରିଛୁ । ଉପନିର୍ବାଚନରେ କନ୍ୟାକୁମାରୀ ଲୋକସଭା ସିଟ୍ ରୁ ଏନଡିଏର ଆଶାୟୀ ପ୍ରାର୍ଥୀ ରାଧାକୃଷ୍ଣନଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ ମୁଁ ସମସ୍ତଙ୍କୁ ଅପିଲ କରୁଛି । ମୋର ପୁରା ବିଶ୍ୱାସ ତାମିଲନାଡୁରେ AIADMK-BJP-PMK ସରକାର ହେବ ।
ଏହି ଅଭିଯାନ ଅନୁଯାୟୀ ବିଜେପି କାର୍ଯ୍ୟକର୍ତ୍ତା ଘର ଘରକୁ ଯାଇ କେନ୍ଦ୍ର ସରକାରଙ୍କ ନୀତି ଏବଂ ବିଜେପିର ବିଚାର ବିଷୟରେ ଲୋକଙ୍କୁ ଅବଗତ କରାଇବେ । ଏହାସହିତ ଶାହା ଏକ ରୋଡ ସୋ’ରେ ମଧ୍ୟ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭା ପାଇଁ ଏପ୍ରିଲ ୬ ରେ ମତଦାନ ହେବ ।