ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୨୦୧୯-୨୦ ଅର୍ଥ ବଜେଟ ଉପସ୍ଥାପିତ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରୁଛନ୍ତି ଅର୍ଥ ବଜେଟ । ବହୁ ଉନ୍ନତି ମୂଳକ ଯୋଜନା ଏବଂ ବିଭିନ୍ନ ସୁବିଧା ସମ୍ପର୍କରେ ଉପସ୍ଥାପନା କରାଯାଉଛି । ତେବେ ଏଥରକ ମଧ୍ୟ ମଧ୍ୟବିତ୍ତଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ନଜର ପକାନ୍ତୁ କଣ ରହିଛି ସୁବିଧା..
୧- ୪୫ ଲକ୍ଷ ଘର କ୍ରୟ ଉପରେ ୧.୫ ଲକ୍ଷ ଅତିରିକ୍ତ ଛାଡ
୨- ଆଫେର୍ଡେବଲ ହାଉସ ଉପରେ ୩.୫ ଲକ୍ଷ ଛାଡ
୩- ସୁଧ ଉପରେ ଟାକ୍ସ ଛାଡ ସୀମା ୨ ଲକ୍ଷରୁ ବଢ଼ି ୩.୫ ଲକ୍ଷ
୪- ଆଧାର କାର୍ଡ ଜରିଆରେ ଭରିହେବ ଆୟକର ରିଟର୍ଣ୍ଣ
୫- ପାନ କାର୍ଡ ବଦଳରେ ଆଧାର କାର୍ଡରେ ବି ଭରିହେବ ରିଟର୍ଣ୍ଣ
୬- ଇଲେକ୍ଟ୍ରାନିକ କାର ଉପରେ ୪ ପ୍ରତିଶତ ଟାକ୍ସ
୭- ଇ-ବାହାନ କ୍ରୟ ଉପରେ ୧.୫ ଲକ୍ଷ ଟଙ୍କା ଟିକସ ଛାଡ
୮- ଇ-ବାହାନ ଉପରେ ଜିଏସଟି ୧୨ରୁ ୫ ପ୍ରତିଶତ କମିଲା
୯- ଷ୍ଟାଟ ଅଫ କମ୍ପାନୀର ଆୟକର ଯାଞ୍ଚ ହେବ
୧୦- ୪ କୋଟି ଟର୍ନ ଓଭର କମ୍ପାନୀ ପାଇଁ ଆଶ୍ୱସ୍ତି,୨୫ ଶତକଡା କର୍ପୋରେଟ ଟାକ୍ସ