ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ନେଇ ଚାରିଆଡେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏହାକୁ ନେଇ କଂଗ୍ରେସ ନେତା ଶଶି ଥରୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଭାରତର ଭୁଲ୍ ନକ୍ସା ପୋଷ୍ଟ କରିଛନ୍ତି । ଶଶି ଥରୁରଙ୍କ ଏହି ଭୁଲ୍ ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।
ସେହି ଭୁଲ୍ ପୋଷ୍ଟ କୁ ନେଇ ବିବାଦ ଉଠିବା ପରେ ଶଶି ତାଙ୍କ ଆକାଉଣ୍ଟରୁ ସେହି ପୋଷ୍ଟକୁ ହଟାଇ ଅନ୍ୟ ଏକ ପୋଷ୍ଟ ସେୟାର କରିଥିଲେ । ସେ ପ୍ରଥମରୁ ଯେଉଁ ନକ୍ସା ପୋଷ୍ଟ କରିଥିଲେ ସେଥିରେ ଭାରତର ପୂବାଞ୍ଚଳକୁ ଦେଶଠାରୁ ଅଲଗା କରିଦିଆଯାଇଥିଲା । ଏହାସହିତ ସେଥିରେ ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସି ବିରୋଧରେ ଶନିବାର କୋଝିକୋଡରେ ହେବାକୁ ଥିବା ରାଲି ବିଷୟରେ ସୂଚନା ଦିଆଯାଇଥିଲା ।
ଟ୍ରୋଲ ହେବା ପରେ ଶଶି ଥରୁର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ନକ୍ସା ଜରିଆରେ କୌଣସି ସ୍ୱତନ୍ତ୍ର ଅଞ୍ଚଳକୁ ନୁହେଁ ବରଂ ଭାରତର ଲୋକଙ୍କୁ ଦର୍ଶାଇବାକୁ ଚାହୁଁଥିଲି । ସେ ଆହୁରି ମଧ୍ୟ କହିଛନ୍ତି କି, ବିଜେପିର ଟ୍ରୋଲର୍ସଙ୍କୁ ଅଧିକ ଘାସ ପକାଇବାର ମୋର କୌଣସି ଇଛା ନାହିଁ ।
My first event this morning: leading an @inckerala #IndiaAgainstCAA_NRC protest rally in Kozhikode. All welcome! (Replaces an earlier post which sought to depict not the territory but the people of India, in whose name we would be speaking. No wish2feed BJP trolls more fodder.) pic.twitter.com/Qxtb8akRkH
— Shashi Tharoor (@ShashiTharoor) December 21, 2019