ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିମୁଦ୍ରିକରଣର ତୃତୀୟ ବର୍ଷରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟା ରଖିବା ସହ ସରକାରଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି କି, ଦେଶରେ ବିମୁଦ୍ରିକରଣ ଭଳି ଆତଙ୍କି ହମଲା କରିଥିବା ଦୋଷୀକୁ ଏପର୍ଯ୍ୟନ୍ତ କାଠଘେରାରେ ଛିଡା କରାଯାଇ ନାହିଁ । ଏହାସହିତ ଦେଶର ଜନତାଙ୍କୁ ଏହି ଅନ୍ୟାୟର ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ।
ରାହୁଲ ଶୁକ୍ରବାର ଦିନ ଟ୍ୱିଟ୍ କରି କହିଛନ୍ତି କି,ତିନି ବର୍ଷ ପୂର୍ବେ ଆଜିର ଦିନରେ ବିମୁଦ୍ରିକରଣ କରାଯାଇଥିଲା । ଯେଉଁଥିପାଇଁ ଭାରତୀୟ ଅର୍ଥବ୍ୟବସ୍ଥା ଧ୍ୱଂସ ହୋଇଯାଇଥିଲା, ଅନେକ ଲୋକଙ୍କ ଜୀବନ ଗଲା, ଲକ୍ଷ ଲକ୍ଷ ଛୋଟ-ମୋଟ ବେପାରୀ ବର୍ବାଦ ଏବଂ ବେରୋଜଗାର ହୋଇଗଲେ । ଯେଉଁମାନେ ଦେଶରେ ଏହି ଘାତକ ହମଲା କରିଛନ୍ତି ସେହି ଦୋଷୀଙ୍କୁ ଏପର୍ଯ୍ୟନ୍ତ କାଠଘେରାରେ ଛିଡା କରାଯାଇ ନାହିଁ ଏବଂ ଏହି ଅନ୍ୟାୟରୁ ଦେଶର ଜନତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ।
ଇତିମଧ୍ୟରେ ପାର୍ଟି ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବି ସରାକରଙ୍କ ଉପରେ ହମଲା କରିଛନ୍ତି । ସେ କହିଛନ୍ତି, ବିମୁଦ୍ରିକରଣକୁ ତିନି ବର୍ଷ ହୋଇଗଲାଣି । ସରକାର ଏବଂ ତାଙ୍କର ତିନି ହାକିମଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରିକରଣ ର ପ୍ରତ୍ୟେକ ଦାବି ଗୋଟେ ପରେ ଗୋଟେ ଧରାଶାୟୀ ହୋଇଯାଇଛି । ବିମୁଦ୍ରିକରଣ ଏକ ପ୍ରକାରର ଦୁର୍ଦ୍ଦଶା ଥିଲା । ଯିଏ ଆମ ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଏବେ ଏହି ପଦକ୍ଷେପର ଦାୟିତ୍ୱ କିଏ ନେବ ।
ଅପରପକ୍ଷେ କଂଗ୍ରେସ ସଂଚାର ବିଭାଗର ପ୍ରମୁଖ ରଣଦୀପ ସିଂହ ସୁରଜୱାଲା କହିଛନ୍ତି କି , ତିନି ବର୍ଷ ପୂର୍ବରୁ ନିଆଯାଇଥିବା ନିଷ୍ପତିର ଦଣ୍ଡ ଏବେ ଦେଶ ଭୋଗୁଛି । ସେ କହିଛନ୍ତି କି ‘ସୁଲତାନ ମୁହମ୍ମଦ ବିନ୍ ତୁଗଲକ ୧୩୩୦ ମସିହାରେ ଦେଶର ମୁଦ୍ରାକୁ ବେକାର କରିଦେଇଥିଲେ । ସେହିପରି ନଭେମ୍ବର ୮, ୨୦୧୬ ଆଜିର ଦିନରେ ବିମୁଦ୍ରିକରଣ କରାଯାଇଥିଲା ଇତିମଧ୍ୟରେ ତିନି ବର୍ଷ ବିତି ଗଲାଣି କିନ୍ତୁ ଦେଶ ଏବେ ବି ଏହାର ଦଣ୍ଡ ଭୋଗୁଛି ।’