ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଆରମ୍ଭ ହୋଇଯିବ ନାମାଙ୍କନ ପତ୍ର ଦାଖଲ । ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଟି ସଂସଦୀୟ ଆସନରେ ହେବ ମତଦାନ ।
ମେ ୭ ତାରିଖରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଆଜିଠୁ ନାମାଙ୍କନ ପତ୍ର ଦାଖଲ ହୋଇ ଏପ୍ରିଲ ୧୯ ଯାଏଁ ଚାଲିବ । ଏପ୍ରିଲ ୨୦ ରେ ନାମାଙ୍କନ ଯାଂଚ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୨ ତାରିଖ ରହିଛି ।
ସୂଚନାଯୋଗ୍ୟ, ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ ।