ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କୁ ଗିରଫ କରାଯିବା ପରେ ପୁଅ କାର୍ତ୍ତି ଚିଦମ୍ବରମ ସରକାରଙ୍କ ଉପରେ ଅନେକ ଅଭିଯୋଗ ଆଣିଛନ୍ତି । କାର୍ତ୍ତି କହିଛନ୍ତି କି, କେବଳ ତାଙ୍କ ପିତାଙ୍କୁ ନୁହେଁ ବରଂ କଂଗ୍ରେସ ପାର୍ଟିକୁ ନିରାଶ କରାଯାଉଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତରଠାରେ ଧାରା ୩୭୦ ହଟିବାକୁ ନେଇ ବିରୋଧ ପ୍ରଦର୍ଶନ କରିବେ । ଏହାସହିତ ଆମର ସମ୍ପୂର୍ଣ୍ଣ ଟିମ୍ , ଗଠବନ୍ଧନ ଦଳ, ଡିଏମକେ ର ନେତା ଏହି ପ୍ରସଙ୍ଗକୁ ଉଠାଇଛନ୍ତି ।
ଏହାପୂର୍ବରୁ ସେ କହିଥିଲେ କି ଆଇଏନଏକ୍ସ ମିଡିଆ ମାମଲାରେ ବୁଧବାର ରାତି ରେ ତାଙ୍କ ପିତାଙ୍କୁ ଗିରଫ କରାଯାଇଛି । ଏଭଳି କରିବାର ପ୍ରମୁଖ କାରଣ ହେଉଛି ଧାରା ୩୭୦ ରୁ ଯେପରି ଲୋକଙ୍କ ଧ୍ୟାନ ହଟିବ ।
ଏ ସମସ୍ତ ଜିନିଷ ରାଜନୈତିକ ରୂପେ ପ୍ରେରିତ । ଏହା ସ୍ପଷ୍ଟ ଭାବେ କଥିତ ଘଟଣା ସହ ଜଡିତ, ଯାହା ୨୦୦୮ରେ ହୋଇଥିଲା । ଯେଉଁଥି ପାଇଁ ୨୦୧୭ରେ ମାମଲା ରୁଜୁ କରାଯାଇଥିଲା ।