ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ କୃଷ୍ଣ ଏବଂ ରାମଙ୍କ ସହ ତୁଳନା କରିଛନ୍ତି ଉତ୍ତରାଖଣ୍ଡର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ । ସେ କହିଛନ୍ତି କି, ଦ୍ୱାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ କୃଷ୍ଣଙ୍କୁ ଯେଉଁଭଳି ଭାବେ ଲୋକେ ସେମାନଙ୍କ କାମ ପାଇଁ ଭଗବାନ ବୋଲି ମାନୁଥିଲେ । ଠିକ୍ ସେହିପରି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକେ ଭଗବାନ ରାମ ଏବଂ କୃଷ୍ଣଙ୍କ ଭଳି ମାନିବେ ।
ହରିଦ୍ୱାରରେ ହଂସ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନେତ୍ର କୁମ୍ଭ କାର୍ଯ୍ୟକ୍ରମକୁ ସମ୍ବନ୍ଧିତ କରିବା ସମୟରେ ଏହି ବୟାନ ଦେଇଛନ୍ତି ତିରଥ ସିଂହ ରାୱତ ।
ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦିକୁ ଭଗବାନ ଭଳି ମାନନ୍ତି ତିରଥ ସିଂହ । ହରିଦ୍ୱାରରେ ନେତ୍ର କୁମ୍ଭ କାର୍ଯ୍ୟକ୍ରମରେ ତିରଥ ସିଂହ ତାଙ୍କ ଭାଷଣରେ ମୋଦିଙ୍କ ପ୍ରଶଂସାରେ ଏତେ ହଜିଗଲେ ଯେ ସେ ତାଙ୍କ କଳିଯୁଗର ରାମ ମାନିବାକୁ ଲାଗିଲେ ।
ସେ ତାଙ୍କ ଭାଷଣରେ କହିଛନ୍ତି କି, ଯେଉଁଭଳି ଭାବେ ଦ୍ୱାପର ଏବଂ ତ୍ରେତୟା ଯୁଗରେ ଭଗବାନ ରାମ ଏବଂ କୃଷ୍ଣ ସମାଜ ପାଇଁ ଏଭଳି କାମ କରିଥିଲେ ଯେଉଁଥିପାଇଁ ଲୋକେ ତାଙ୍କୁ ଭଗବାନ ବୋଲି ମାନିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଗାମୀ ଦିନରେ ଭଗବାନଙ୍କ ରୂପରେ ନଜର ଆସିବେ । ମୋଦି ଦେଶ ପାଇଁ ଏଭଳି କାମ କରୁଛନ୍ତ ସେଥିପାଇଁ ଲୋକଙ୍କୁ ଜୟଜୟକାର କରିବା ଉଚିତ୍ ।