ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ବସୀରହାଟର ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି । ରବିବାର ରାତି ୧୦ଟା ବେଳେ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର ମାନେ ଆଜି ସଂସଦରେ ଆରମ୍ଭ ହୋଇ ଯାଇଛି ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ହେବା ପୂର୍ବରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମାତ୍ର ନୁସରତ୍ ଜହାଁଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଏହି ବୈଠକରେ ଉପସ୍ଥିତ ହୋଇ ପାରିନଥିଲେ ।
ଚିକିତ୍ସକଙ୍କ କହିବାନୁସାରେ, ଔଷଧର ଓଭର ଡୋଜ୍ ଯୋଗୁଁ ନୁସରତ୍ ଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି । ତାଙ୍କୁ ଆଇସିୟୁ ରେ ରଖି ଚିକିତ୍ସା କରାଯାଉଛି । ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଖୁବ୍ ଶୀଘ୍ର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ।
ସାଂସଦ ହେବା ପରଠାରୁ ଚର୍ଚ୍ଚାରେ ରହି ଆସୁଛନ୍ତି ନୁସରତ୍ ଜହାଁ । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ବିବାଦ ଘେରକୁ ଆସିଥିଲେ ନୁସରତ୍ ।