ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗର ଆଠ ଟି ଲୋକସଭା ସିଟ୍ ରେ ସେମାବାର ସକାଲୁ ମତଦାନ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ବୀରଭୂମ ଜିଲ୍ଲାର ମତଦାନ କେନ୍ଦ୍ରରେ ମତଦାନ ପାଇଁ ଧାଡିରେ ଛିଡା ହୋଇଥିବା କିଛ ଲୋକଙ୍କୁ ନେଇ ଗୋଟେ ଘରେ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ରହିଛି କି ବୀରଭୂମ ଜିଲ୍ଲାର ସିଓଡୀରେ ସତ୍ତାରୁଢ ତୃଣମୂଳ କାର୍ଯ୍ୟକର୍ତ୍ତାମାନେ କିଛି ମତଦାତ୍ତାଙ୍କୁ ବନ୍ଦ କରିଦେଇଛନ୍ତି ।
ସୋମବାର ସକାଳ ପ୍ରାୟ ୭ଟା ସମୟରେ ଅଧିକାଂଶ ସଂଖ୍ୟାରେ ଲୋକ ମତଦାନ କରିବା ପାଇଁ ମତଦାନକେନ୍ଦ୍ରରେ ପହଁଚିଥିଲେ । ଏହି ସମୟରେ ତୃଣମୂଳ ଲୋକମାନେ ମଧ୍ୟ ସେଠାରେ ପହଁଚିଥିଲେ । ସେମାନେ ସମସ୍ତ ମତଦାତାଙ୍କୁ ଗୋଟେ ପରେ ଗୋଟେ ଡାକି ତାଙ୍କ ସାଥୀରେ ନେଇଯାଇଥିଲେ । ଏହାସହିତ ସେମାନଙ୍କୁ ଗୋଟେ ଘରେ ଘରେ ବନ୍ଦ କରିବା ସହ ତାଙ୍କୁ ମୁଢୀ ମିକ୍ସଚର ଖାଇବାକୁ ଦିଆଯାଇଥିବାର ଅଭିଯୋଗ ହୋଇଛି । ଏହାବ୍ୟତିତ ସେମାନଙ୍କୁ କୁହାଯାଇଥିଲା କି ତୁମେମାନେ ଭୋଟ ଦେବାକୁ ଯିବ ନାହିଁ ତୁମ ଭୋଟ ଦେଇ ଦିଆଯିବ ।
ଏହି ଘଟଣାର ଖବର ପାଇ ପୋଲିସର କ୍ୱିକ୍ ରେସପନ୍ସ ଟିମ୍ ଏବଂ ନିର୍ବାଚନ ଆୟୋଗ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ତୃଣମୂଳ କାର୍ଯ୍ୟକର୍ତ୍ତାଙ୍କ କବଳରୁ ଖସି କିଛି ଲୋକ ମିଡିଆ ସାମ୍ନାରେ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେମାନଙ୍କୁ କିଭିଳି ଭାବେ ଧାଡିରୁ ଡାକି ନେଇ ଗୋଟେ ଘରେ ବନ୍ଦ କରି ଦିଆଯାଇଥିଲା ସବୁକିଛି ସେ କହିଛନ୍ତି ।
ସେପଟେ ଏହି ମାମଲାକୁ ନେଇ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି ପୋଲିସର କ୍ୱିକ୍ ରେସପନ୍ସ ଟିମ୍ କହିଛନ୍ତି ।