ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଲକାତାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଲି କରି ଫସିଛନ୍ତି ରେସଲର ଦି ଗ୍ରେଟ୍ ଖଲି । ଅପ୍ରିଲ ୨୬ରେ କୋଲକାତା ଯାଦବପୁରରେ ବିଜେପି ପ୍ରାର୍ଥୀ ଅନୁପ ହଜାରାଙ୍କ ସମର୍ଥନରେ ଖଲି ପ୍ରଚାର କରିବାକୁ ନେଇ ଟିଏମସି ପକ୍ଷରୁ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ ଦାଖଲ କରାଯାଇଛି । ଟିଏମସି ତାଙ୍କ ଅଭିଯୋଗରେ କହିଛନ୍ତି କି ଖଲିଙ୍କ ପାଖରେ ୟୁଏସର ନାଗରିକତା ରହିଛି । ଇତି ମଧ୍ୟରେ ଜଣେ ବିଦେଶୀ ନାଗରିକ ଭାରତୀୟ ଭୋଟମାନଙ୍କ ମଧ୍ୟରେ ପ୍ରଚାର କରି ପାରିବେ ନାହିଁ ।
ରେସଲର ଦି ଗ୍ରେଟ ଖଲି ଶୁକ୍ରବାର ଦିନ କୋଲକାତାର ଯାଦବପୁର ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିଥିଲେ । ସେ ଏକ ରୋଡ ସୋ ଜରିଆରେ ବିଜେପି ପ୍ରାର୍ଥୀ ଅନୁପମ ହାଜରାଙ୍କ ପାଇଁ ଭୋଟ ମାଗୁଥିବାର ଦେଖିବାକୁ ମିଳିଥିଲା । ଆଜ୍ଞା ହଁ ବିଜେପି ପ୍ରାର୍ଥୀ ଅନୁପମ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଯାଦବପୁରରେ ରୋଡ ସୋ କରିଥିଲେ, ଏଥିରେ ଖଲି ସାମିଲ ଥିଲେ । ଟିଏମସି ଦ୍ୱାରା କରାଯାଇଥିବା ଅଭିଯୋଗ ପରେ ଖଲିଙ୍କ ଚିନ୍ତା ବଢି ଯାଇଛି । ଏହି ମାମଲାକୁ ନେଇ ଖଲିଙ୍କ ବିରୋଧରେ ନିର୍ବାଚନ ଆୟୋଗ ପକ୍ଷରୁ ନୋଟିସ୍ ମଧ୍ୟ ଜାରି କରାଯାଇପାରେ ।
ଏହାପୂର୍ବରୁ ତୃଣମୂଳ କଂଗ୍ରେସ ପାଇଁ ବାଂଲାଦେଶର ଅଭିନେତା ଫିରଦ୍ୟାସ ଅହମଦ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । । ଏହାକୁ ନେଇ ବିଜେପି ଆପତ୍ତି କରିଥିଲା । ଏହାସହିତ କେନ୍ଦ୍ରସରକାର ଫିରଦ୍ୟାସ ଅହମଦଙ୍କର ଭିଜାକୁ ମଧ୍ୟ ରଦ୍ଦ କରିଦେଇଥିଲେ । ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଥିଲା । ଏହି ବାଂଲାଦେଶୀ ଅଭିନେତା ଜଣଙ୍କ କୋଲକାତା ଅଭିନେତ୍ରୀ ପାୟଲ ସରକାର ଏବଂ ଅଭିନେତା ଅଙ୍କୁଶଙ୍କ ସହ ମିଶି ଇଏମସି ପାଇଁ ପ୍ରଚାର କରିଥିଲେ ।