ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ଏବେ ଚାରିଆଡେ ଚର୍ଚ୍ଚା । ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇ ସାରିଛି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଜୋର ଧରିଛି । ଏହି ନିର୍ବଚନୀ ହାୱା ମଧ୍ୟରେ ନେତାଙ୍କ ମଧ୍ୟରେ ଆପତ୍ତିଜନକ ବୟାନ ମଧ୍ୟ ଜାରି ରହିଛି । ନିର୍ବଚାନୀ ମହାସମରକୁ ଦୃଷ୍ଟିରେ ରଖି ସମସ୍ତ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଚାଲିଛି । ନିଜର ବିଜୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରାର୍ଥୀ ତାଙ୍କର ନିର୍ବାଚନୀ କ୍ଷେତ୍ରରେ ଦିନ ରାତି ପଡି ରହିବା ସହିତ ମତଦାତାଙ୍କ ମନମୋହିବାକୁ ଚେଷ୍ଟା କରୁଛନ୍ତି । ଇତି ମଧ୍ୟରେ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ମଶୁର ଟିଭି ଅଭିନେତ୍ରୀ ମାହିକା ଶର୍ମା ପୁଣି ଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନିକଟରେ ସେ ଏକ ବୟାନ ଦେଇ ଲୋକଙ୍କୁ ଚକିତ କରିଛନ୍ତି । ସେ କହିଛନ୍ତି କି ଚୈତ୍ର ନବରାତ୍ରିରେ ମା’ ଦୁର୍ଗାଙ୍କୁ ଖୁସି କରିବା ପାଇଁ ବ୍ରତ ରଖିଛନ୍ତି, ଯାହାଦ୍ୱାରା ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମା’ ଦୁର୍ଗା ନିର୍ବାଚନ ପାଇଁ ଆର୍ଶୀବାଦ କରନ୍ତୁ ।
ମାହିକା କହିଛନ୍ତି କି, ଭାରତର ଉଜ୍ୱଳ ଭବିଷ୍ୟତ ପାଇଁ ମୁଁ ବ୍ରତ ରଖୁଛି । ଯାହା କେବଳ ରାହୁଲ ଗାନ୍ଧୀଙ୍କ ହାତରେ ରହିଛି । ମୁଁ ଜାଣିଛି କି ଦେବୀ ମା ତାଙ୍କର ବିଜୟ ସୁନିଶ୍ଚିତ ଭାବେ କରିବେ । ଆମ ସନାତନ ଧର୍ମରେ ପତ୍ନୀ ତାଙ୍କ ପୁରୁଷଙ୍କ ବିଜୟ ପାଇଁ ଉପବାସ ରଖିଥାନ୍ତି । ଆମମାନଙ୍କ ପାଇଁ ରାହୁଲ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ନିଜ ବୟସକୁ ଦେଶ ସେବାରେ ଲଗାଇ ଦେଇଛନ୍ତି । ସେଥିପାଇଁ ତାଙ୍କ ପାଇଁ କିଛି କରିବାକୁ ଆମର ବି ଦାୟିତ୍ୱ ଅଛି ।