ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଖଜଣାରେ କର ବୃଦ୍ଧି ପାଇଁ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଏକ ନୂତନ ପ୍ରସ୍ତାବ ଦେଇଛନ୍ତି । ଏବେ ବ୍ୟାଙ୍କରୁ ଟଙ୍କା ଉଠାଇବା ଉପରେ କର ଲାଗୁ କରାଯିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି କି ବର୍ଷକ ମଧ୍ୟରେ ଯଦି କୌଣସି ବ୍ୟକ୍ତି ବ୍ୟାଙ୍କରୁ ଗୋଟେ କୋଟି ଟଙ୍କାରୁ ଅଧିକ ଟଙ୍କା ଉଠାଉଛନ୍ତି, ତେବେ ତା ଉପରେ ଅତିରିକ୍ତ ଦୁଇ ପ୍ରତିଶତ ଟିଡିସି ଲଗାଯିବ ।
ଖବରମୁତାବକ, ଆଜି ମୋଦି ସରକାର ୨.୦ ର ପ୍ରଥମ ବଜେଟ୍ ଅଧିବେଶନ । ଆଜି ସେହି ବଜେଟ୍ ଆଗତ ହୋଇଛି ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଟାର୍ଗେଟ ସିଟ୍ କରିଛନ୍ତି ।
ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ୫ ଟ୍ରିଲିୟନରେ ପହଁଚାଇବା ପାଇଁ ମୋଦି ଲକ୍ଷ୍ୟ ରଖିଛନ୍ତି । ସେହି ଅନୁସାରେ ଏହି ବଡ ଲକ୍ଷ୍ୟ ପାଇଁ ଆଜି ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପଦକ୍ଷେପ ଉଠାଉଛନ୍ତି ।