ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓଲ୍ଡ ପ୍ରାଇଭେଟ ୱାଡରେ ସେ ଚିକିତ୍ସିତ ହେଉଛନ୍ତି । ଏହାସହିତ ତାଙ୍କର ସାମାନ୍ୟ ଜ୍ୱର ଥିବା କୁହାଯାଉଛି । କିଛି ଦିନ ତଳେ କରୋନା ସଂକ୍ରମଣ ପାଇଁ ତାଙ୍କୁ ଗୁରୁଗ୍ରାମ ମେନ୍ଦାତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏମ୍ସ ପକ୍ଷରୁ ଜାରି କରାଯାଇଛି ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି କି , ଗତ ତିନି, ଚାରି ଦିନ ହେବ ଗୃହମନ୍ତ୍ରୀ ଶାହା ଥକାପଣ ଏବଂ ଶାରିରୀକ ଦରଜ ଅନୁଭବ କରୁଥିଲେ । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି ।