ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେଙ୍ଗାଲୁରୁରେ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ଘଟିଛି । ଦୀର୍ଘଦିନ ହେବ କର୍କଟ ରୋଗରେ ପିଡୀତ ହେବା ପରେ ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶ୍ରୀ କୁମାର ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।
ଶ୍ରୀ କୁମାରଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନେତାମାନେ ଶୋକ ପ୍ରକାଶ କରିଛନ୍ତି । ଏହାସହିତ କାର୍ଣ୍ଣାଟକରେ ତିନିଦିନ ଯାଏଁ ଶୋକ ଘୋଷଣା କରାଯିବା ସହ ଆଜି ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସ୍କୁଲ,କଲେଜ ବନ୍ଦ ରହିଛି ।
ଅନନ୍ତ କୁମାର କର୍ଣ୍ଣାଟକର ଦକ୍ଷୀଣ ବେଙ୍ଗାଲୁରୁର ସାଂସଦ ଥିଲେ । ଏହାସହିତ ସେ ବିଜେପିର ସଂସଦୀୟ କେନ୍ଦ୍ରମନ୍ତ୍ରୀ ଥିଲେ । ଲଗାତର ଭାବେ ୬ଥର ଦକ୍ଷୀଣ ବେଙ୍ଗାଲୁରୁରେ ସଫଳତା ହାସଲ କରିଥିବା ଶ୍ରୀ କୁମାର ପ୍ୟାନକ୍ରିୟାଟିକ୍ କ୍ୟାନସର ରୋଗରେ ପିଡୀତ ଥିଲେ ।