ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ବଦା ନିଜର ବିବଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ । ରବିବାର ଶ୍ରୀ ମନ୍ତ୍ରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଯେଉଁ ହାତ ହିନ୍ଦୁ ମହିଳାଙ୍କୁ ସ୍ପର୍ଶ କରିବ ତାଙ୍କର କୌଣସି ଅସ୍ତିତ୍ୱ ରହିବା କଥା ନୁହେଁ । କୋଡାଗୁ ଜିଲ୍ଲାରେ ହିନ୍ଦୁ ଜାଗରଣ ବେଦିକା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ହେଗଡେ ଦାବି କରିଛନ୍ତି କି ତାଜମହଲକୁ ମୋଗଲ ଶାସକ ଶାହାଜାନ୍ ନିଜ ପତ୍ନୀ ମୁମତାଜ୍ ଙ୍କ ପାଇଁ ବନାଇଥିଲେ, କିନ୍ତୁ ଏହା ହେଉଛି ଏକ ଶିବ ମନ୍ଦିର ଯାହାକୁ ତେଜୋ ମହାଳୟ କୁହାଯାଏ ।
ସେ କହିଛନ୍ତି କି ସମାଜରେ ଜାତିର ବିଷ ୭୦୦-୮୦୦ ବର୍ଷ ପୂର୍ବେ ଆସି ଭାରତ ଇତିହାସରେ ପ୍ରବେଶ କରିଥିଲା । ଯେଉଁ ଜିନିଷର ପ୍ରଥମରୁ ଅସ୍ତିତ୍ୱ ଥିଲା ତାର ନୂତନ ନାମକରଣ କରାଯାଉଛି ଏବଂ ଆମେ ତାଙ୍କ ଉପରେ ପ୍ରଭାବ କପାଇବା ଶକ୍ତିକୁ ବି ହରାଇ ବସିଛୁ । ପ୍ରକୃତରେ ଆଜିର ତାଜମହଲ କ’ଣ? ଏକ ବଡ ମହଲ ଯାହାକୁ ଶାହାଜାନ୍ ତାଙ୍କ ପତ୍ନୀ ମୁମତାଜ୍ ଙ୍କ ପାଇଁ ନିର୍ମାଣ କରିଥିଲେ । ଶାହାଜନଙ୍କର ତାଙ୍କ ପତ୍ନୀ ଉପରେ ଏତେ ଭଲ ପାଇବା ଥିଲା ଯେ ସେ ତାଙ୍କ ପାଇଁ ଏକ ବଡ ମହଲ ତିଆରି କରିଥିଲେ ।
ଇତିହାସ ଅନୁଯାୟୀ ଶାହାଜନ୍ ନିଜର ଆତ୍ମକଥାରେ କହିଛନ୍ତି କି , ସେ ସେହି ମହଲକୁ ରାଜା ଜୟସିଂହଙ୍କ ଠାରୁ କିଣିଥିଲେ ଏବଂ ଏହା ରାଜା ପରମାର୍ଦି ଦେବଙ୍କ ଦ୍ୱାରା ନିର୍ମିତ ଏକ ମନ୍ଦିର ଥିଲା । ଯାହାର ନାମ ଥିଲା ତେଜୋ ମହାଳୟ । ପରମୁହୂର୍ତ୍ତରେ ତାହା ତାଜମହଲରେ ପରିଣତ ହୋଇଥିଲା ।
ହେଗଡେ ଆହରୁ ମଧ୍ୟ କହିଛନ୍ତି କି , ଯଦି ଲଗାତର ଭାବେ ହିନ୍ଦୁବାସୀ ଶୋଇ ରୁହନ୍ତି ତେବେ ତାଙ୍କ ଘରର ନାଁ ବି ବଦଳି ଯିବ । ଯଦି ଆଗାମୀ ଦିନରେ ଏଭଳି ଜାରି ରହିଲା ତେବେ ଭଗବାନ ରାମ ଜାହାଂପନାହ ଏବଂ ସୀତା ବିବି ହୋଇଯିବେ । ଭାବନାରେ ପରିବର୍ତ୍ତନ ଆଣିବାକୁ ନେଇ ହେଗଡେ କହିଛନ୍ତି କି ସମାଜରେ ଘଟୁଥିବା ସମସ୍ତ ଘଟଣାକୁ ସମଗ୍ରତା ସହ ଦେଖିବା ଉଚିତ୍ । ଏଠି ପ୍ରଶ୍ନ ତାହା ନଥିଲା କି କିଏ କେଉଁ ସମୁଦାୟ ଏବଂ ଜାତିର । ଯଦି କୌଣସି ବ୍ୟକ୍ତି ହିନ୍ଦୁ ଯୁବତୀକୁ ହାତ ଲଗାଉଛନ୍ତି ତେବେ ତାଙ୍କର ଅସ୍ତିତ୍ୱ ରହିବା ଉଚିତ୍ ନୁହେଁ । ଏହିଭଳି ଭାବେ ଇତିହାସରେ ଲେଖାଅଛି । ଯେଉଁଠି ଇତିହାସ ସୃଷ୍ଟିକୁ ନେଇ ପ୍ରଶ୍ନ ଉଠିଛି, ସେଠାରେ ଆପଣ ବୀରତା ଦେଖାଇପାରିବେ । ପ୍ରକୃତରେ ଆପଣ କ’ଣ ହେବାକୁ ଚାହୁଁଛନ୍ତି ?