ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ଗୌତମ ନଗରର ବିଜେପି ସାଂସଦ ମହେଶ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଭଗବାନ୍ ଙ୍କୁ ଇଡିଅଟ କହୁଥିବାର ନଜର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ । ସଂସ୍କୃତି , ପର୍ଯ୍ୟଟନ ଏବଂ ନଗର ଉନ୍ନୟନ ରାଜ୍ୟ ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି କି ଦିଲ୍ଲୀର ଦାୟିତ୍ୱ ମୋ ଜନତା ମୋତେ ଦେଇଛନ୍ତି ।
ଭିଡିଓରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶର୍ମା କହିଛନ୍ତି କି, ‘ମୁଁ ପ୍ରତିଦିନ ଦେଖା ହୁଏ । ଯଦି କୌଣସି ବ୍ୟକ୍ତିର ଫୋନ୍ ଆସେ ତାଙ୍କୁ ମୁଁ ପୁନର୍ବାର ଫୋନ୍ କରିଥାଏ । କାହାର କାମ କରିବା ଭଗବାନଙ୍କ ପାଇଁ ସମ୍ଭବ ନୁହେଁ । ଏହି ମାମଲାରେ ସବୁଠାରୁ ବଡ ଇଡିଅଟ ଯଦି କେହି ହୁଅନ୍ତି , ତେବେ ସେ ମୁଁ ଏବଂ ଜନତା ନୁହଁନ୍ତି ସେ ହେଉଛନ୍ତି ଭଗବାନ୍ । ଆମେ ସମସ୍ତେ ତାଙ୍କଠାରୁ ସୃଷ୍ଟି । ଆମେମାନେ ଭଗବାନ୍ ଙ୍କର ହିଁ ପିଲା । ଯେତେବେଳେ ସେ ଆମକୁ ଧରାପୃଷ୍ଠକୁ ଆଣେିଲେ ସେତେବେଳେ ସେଇଟା ତାଙ୍କର ଦାୟିତ୍ୱ ଥିଲା । ’
ଆମ ପାଇଁ ଘର ଦେଇଥାନ୍ତେ । ପିଲାଙ୍କ ପାଠ ପଢା ପାଇଁ ଟଙ୍କା ଦେଇଥାନ୍ତେ । ଆମ ପକେଟ୍ ଖର୍ଚ୍ଚର ବ୍ୟବସ୍ଥା କରିଥାନ୍ତେ । ଆଜି ବି ପୂର୍ବ ଉତ୍ତରପ୍ରଦେଶ ସମେତ ଅନ୍ୟ ଜିଲ୍ଲାରେ ପେଟ ଭରିକି ଖାଇବା ପାଇଁ ଗଣ୍ଡେ ଦାନା ମିଳୁନି । ପିଲାମାନେ ସ୍କୁଲ ଯାଇ ମଧ୍ୟମ ଭୋଜନରେ ପେଟ ଭରୁଛନ୍ତି ଏବଂ ଅନ୍ୟ ସବୁ ଭୋକିଲା ରହୁଛନ୍ତି ।
#बुलंदशहर : इस मामले में सबसे बड़ा बेवकूफ अगर कोई है तो आप और हम नहीं भगवान है- @dr_maheshsharma pic.twitter.com/Iroiw6LvwP
— UttarPradesh.ORG News (@WeUttarPradesh) March 15, 2019