ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଅଶୋଭନୀୟ ଟିପ୍ପଣୀ ବିରୋଧରେ ବିଜେପି ନେତାଙ୍କ ହଙ୍ଗମା । ଆଜି ଲୋକସଭାରେ ସୋନିଆ ଗାନ୍ଧୀଙ୍କ କ୍ଷମା ଦାବି କରିଛନ୍ତି ବିଜେପି ନେତା ।
ସ୍କୃତି ଇରାନୀ କହିଛନ୍ତି କି, ସୋନିଆ ଗାନ୍ଧୀ ଆପଣ ଦ୍ରୌପଦୀ ମୁର୍ମୁଙ୍କ ଅପମାନକୁ ମଞ୍ଜୁରୀ ଦେଇଛନ୍ତି । ସର୍ବୋଚ୍ଚ ସମ୍ବିଧାନିକ ପଦରେ ମହିଳାଙ୍କ ଅପମାନକୁ ମଞ୍ଜୁରୀ ଦେଇଛନ୍ତି ।