ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସିଲା ଭଲ ଖବର । କରୋନାକୁ ମାତ୍ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । କରୋନାରୁ ସୁସ୍ଥ ହୋଇଥିବା ନେଇ ଯୋଗୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ର ଯୋଗୀ ଲେଖିଛନ୍ତି କି, ଆପଣ ସମସ୍ତଙ୍କ ଶଭେଚ୍ଛା ଏବଂ ଡାକ୍ତରଙ୍କ ଚିକିତ୍ସା ପାଇଁ ମୁଁ ଏବେ କରୋନା ନେଗେଟିଭ ହୋଇଛି । ଆପଣ ସମସ୍ତ ସହଯୋଗ ଏବଂ ଶୁଭକାନା ପାଇଁ ଧନ୍ୟବାଦ ।
ସୂଚନାଯୋଗ୍ୟ, ଗୁରୁବାର ଦିନ, ଉତ୍ତରପ୍ରଦେଶ କୋଭିଡ -୧୯ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏକ ନୂତନ ସ୍ତରରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହି ଜୀବାଣୁ ଯୋଗୁଁ ରେକର୍ଡ ୨୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୫,୧୫୬ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ।