ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶରେ ପୁଣି ବାଜି ମାତ୍ କରିଛି ଭାରତୀୟ ଜନତା ପାର୍ଟି (ବିଜେପି) । ଲଗାତାର ଦ୍ୱିତୀୟ ଥର ପାଇଁ ଗଢିବ ସରକାର । ପୁଣି ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ମାର୍ଚ୍ଚ ୨୫ ରେ ଦେବେ ଶପଥ । ଶପଥ ଗ୍ରହଣ ସମାରୋହ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି ।
ଲଖନୌର ଇକାନା ଷ୍ଟାଡିୟମରେ ଶପଥ ଗ୍ରହଣ ପାଇଁ ଆୟୋଜନ ହେବ ବୋଲି କୁହାଯାଉଛି । ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିଜେପି ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି ।