ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏବେ ବ୍ୟବସାୟିକ ଏବଂ ରାଜନୀତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କି ସିଦ୍ଧାର୍ଥଙ୍କ ଚିନ୍ତାର କାରଣ ଥିଲେ ଡିକେ ଶିବକୁମାର । ଶିବକୁମାର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସର ଜଣେ ଶକ୍ତିଶାଳୀ ନେତା । ତାଙ୍କୁ ସିଦ୍ଧାର୍ଥଙ୍କ ଶ୍ୱଶୁର ଏବଂ କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏମଏସ କୃଷ୍ଣାଙ୍କ ସଂରକ୍ଷଣ ମିଳିଛି । କୃଷ୍ଣା ଏବେ ବିଜେପିରେ ଅଛନ୍ତି ।
ଆୟକର ବିଭାଗ ଅନୁସାରେ, ଶିବକୁମାରଙ୍କ ଅନେକ ଅନିୟମିତ ଆର୍ଥିକ ଡିଲ୍ ରହିଛି ଯାହାର ତଦନ୍ତ ଜାରି ରହିଛି । ସେପଟେ ସିଦ୍ଧାର୍ଥଙ୍କ ଋଣ ସମସ୍ୟା କାହାରିକୁ ଅଛପା ନାହିଁ । ଶିବକୁମାରଙ୍କ ସହିତ ନେଣ ଦେଣ ଯୋଗୁଁ ସିସିଡି ସଂସ୍ଥାପକ ଆୟକର ବିଭାଗର ସ୍କାନରକୁ ଆସିବା ପରେ ତାଙ୍କ ଚିନ୍ତା ବଢିଥିଲା । ଏନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି କି ତଦନ୍ତର ପ୍ରଥମିକ ଲକ୍ଷ୍ୟ ଶିବକୁମାର ଥିଲେ । ସେ କର୍ଣ୍ଣାଟକର ଧନୀ ରାଜନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଭ୍ରଷ୍ଟାଚାରର ଗମ୍ଭୀର ଅଭିଯୋଗର ସାମ୍ନା କରୁଛନ୍ତି ।
ସେ ଅହମଦ ପଟେଲକୁ ଦ୍ୱିତୀୟ ଥର ରାଜ୍ୟସଭା ପଠାଇବା ପାଇଁ ୨୦୧୭ରେ ବାଙ୍ଗାଲୋର ପାଖରେ କଂଗ୍ରେସର ୪୪ ସାଂସଦଙ୍କୁ ଏକ ରିସର୍ଟରେ ରଖିଥିଲେ । ଗତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ବିଜପେିକୁ ସତ୍ତାରୁ ଦୂରେଇ ରଖିବା ପାଇଁ ଜେଡିଏସ-କଂଗ୍ରେସର ଗଠବନ୍ଧନ କରିବାରେ ସେ ମୁଖ୍ୟ ଭୂମିକା ନିଭାଇ ଥିଲେ । ଦସ୍ତାବିଜ୍ ରୁ ଜଣାପଡୁଛି କି ସିଦ୍ଧାର୍ଥଙ୍କ ବିପକ୍ଷରେ ତଦନ୍ତ ସେବେ ଆରମ୍ଭ ହୋଇଥିଲା ଯେବେ ଶିବକୁମାରଙ୍କ ଆର୍ଥିକ ପରାମର୍ଶଦାତ୍ତା ଏନ ଚନ୍ଦ୍ରଶେଖରଙ୍କୁ ଖୋଜା ହୋଇଥିଲା ।
ଗୋଆ-କର୍ଣ୍ଣାଟକର ଆୟକର ବିଭାଗର ମୁଖ୍ୟ ଆୟୁକ୍ତ ବିଆର ବାଲାକୃଷ୍ଣନ୍ କହିଛନ୍ତି, କୌଣସି ଜଣଙ୍କର ତଦନ୍ତ ହେବା ଦ୍ୱାରା ଅନ୍ୟ ଜଣଙ୍କର ତଦନ୍ତ କରିବା ସାମାନ୍ୟ ଅଟେ । ତାହା ସେହି ପ୍ରକାରର ଏକ ମାମଲା ।