ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନଗଣନା ୨୦୨୧ ଏବଂ ଏନପିଆର ର ପ୍ରଚାର ପ୍ରସାର ନିର୍ଦ୍ଧାରିତ କରିବା ଲାଗି ଦିଲ୍ଲୀରେ ବୈଠକ ଚାଲିଛି । ଏହି ବୈଠକରେ କେରଳ ସମେତ ସମସ୍ତ ରାଜ୍ୟ ସାମିଲ ଅଛନ୍ତି । କେବଳ ଏଥିରେ ପଶ୍ଚିମବଙ୍ଗର କୌଣସି ସଦସ୍ୟ ସାମିଲ ହୋଇନାହାନ୍ତି ।
କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି । ଏଥିରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ମୁଖ୍ୟ ସଚିବ ଏବଂ ଜନଗଣନା ନିର୍ଦ୍ଦେଶକ ବି ଉପସ୍ଥିତ ଅଛନ୍ତି । ଏନେଇ ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ବୈଠକରେ ଜନଗଣନା ଏବଂ ଏନପିଆର ଅନୁଯାୟୀ ଆରମ୍ଭ ହେବାକୁ ଥିବା ଘର ସୂଚିକରଣର ପର୍ଯ୍ୟାୟ ଉପରେ ବିସ୍ତୃତ ଚର୍ଚ୍ଚା କରାଯିବ । ଏହି ପର୍ଯ୍ୟାୟ ଅପ୍ରିଲ ରୁ ସେପ୍ଟେମ୍ବର ୩୦ , ୨୦୨୦ ପର୍ଯ୍ୟନ୍ତ ଚାଲିବ ।
ଏନପିଆର ପାଇଁ କେନ୍ଦ୍ର ପକ୍ଷରୁ ଡକାଯାଇଥିବା ଆଜିର ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ ବୋଲି ପୂର୍ବରୁ ମନା କରିଥିଲେ । ଏହାସହିତ ସେ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଚ୍ୟାଲେଞ୍ଜ କରିଛନ୍ତି କି କେନ୍ଦ୍ରର ନିୟମ ଅନୁଯାୟୀ ନଚାଲିଲେ ରାଜ୍ୟକୁ ବରଖାସ୍ତ କରି ଦେଖାଅ ।