ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କରୋନା କାଳ ମଧ୍ୟରେ ଆଜି ରାଜଭବନରେ ଏକ ଛୋଟିଆ ସମାରୋହରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ । ଏନେଇ ଜଣେ ସରକାରୀ ଅଧିକାରୀ କହିଛନ୍ତି କି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିରାଡମ୍ବର ସହ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ କରାଯାଉଛି । ଲଗାତର ଭାବେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମମତା ।
ସେ ଆହୁରି ମଧ୍ୟ କହିଛନ୍ତି କି, ଏହିୁ ଶପଥ ଗ୍ରହଣ ସମାରୋହ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବିରୋଧୀ ଦଳର ନେତା ଅବଦୁଲ ମାନ୍ନା ଏବଂ ବିମନ ବୋଷଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏହାସହିତ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ଏହାବ୍ୟତିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୌଣସି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ରାଜନେତା ମାନଙ୍କୁ ନିମନ୍ତ୍ରିତ କରାଯାଇ ନାହିଁ ।