କୋଲାକାତା (ଏଟିଆର ବ୍ୟୁରୋ): ତୃଣମୂଳର ନବନିର୍ବାଚିତ ସାଂସଦ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ନୁସରତ ଜହାଁ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଲକତାର ମଶୁର କପଡା ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କିର ବୋଡରମ ଠାରେ ହିନ୍ଦୁ ରୀତି ନୀତିରେ ବିବାହ କରିଛନ୍ତି । ବିବାହର ପ୍ରଥମ ଫଟୋ ନିଖିଲ ଏବଂ ନୁସରତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ବିବାହରେ ଦୁଇ ପରିପାରର ବନ୍ଧୁ ଏବଂ ପରିବାର ବର୍ଗ ସାମିଲ ଥିଲେ ।
ବିବାହ ଅବସରରେ ମଶୁର ଫ୍ୟାସନ ଡିଜାଇନର ସବ୍ୟସାଚୀ ମୁଖାର୍ଜିଙ୍କ ଲେହେଙ୍ଗା ପିନ୍ଧିଥିଲେ ନୁସରତ । ସେହିପରି ନିଖିଲ୍ ବି ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ସେରୱାନୀ ପିନ୍ଧିଥିଲେ ।
ସେପଟେ ନୁସରତ୍ ଙ୍କ ଏହି ଖାସ୍ ଦିନକୁ ଆହୁରି ଖାସ୍ କରିବା ପାଇଁ ତାଙ୍କର ଖାସ୍ ବନ୍ଧୁ, କଳାକର ଏବଂ ଜାଦବପୁରରୁ ଟିଏମସି ସାଂସଦ ମକ୍ଟମକ୍ଟ ଚକ୍ରବର୍ତ୍ତି ବି ସାମିଲ ଥିଲେ । ସେମାନେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କିଛି ଫଟୋ ସେୟାର କରିଛନ୍ତି ।
ଖବରମୁତାବକ, ୨୯ ବର୍ଷିୟା ନୁସରତ୍ ଜହାଁ ବର୍ଷ ୨୦୧୦ ରେ ଏକ ବ୍ୟୁଟି କଣ୍ଟେଷ୍ଟ ଜିତିବା ପରେ ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ । ଗତ ବର୍ଷ ଦୁର୍ଗା ପୂଜା ଅବସରରେ ନୁସରତ୍ ଏବଂ ନିଖିଲଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ସମୟ ଦେବା ଆରମ୍ଭ କରିଥିଲେ । ଧୀରେ ଧୀରେ ଦୁହେଁ ସମ୍ପର୍କରେ ଆସିବା ପରେ ବିବାହ ବନ୍ଧନରେ ବାନ୍ଧି ହେବାର ନିଷ୍ପତି ନେଇଥିଲେ ।