ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ୍ ଜାସୁସି ପ୍ରସଙ୍ଗରେ କେନ୍ଦ୍ର ସରାକରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ତାଙ୍କ ଫୋନ୍ ବି ଟ୍ୟାପ୍ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଫୋନ୍ ରେ ଠିକ୍ ସେ କଥା ବି ହୋଇ ପାରୁ ନାହାନ୍ତି । କେବଳ ଫୋନ୍ କଲରେ ନୁହେଁ ସେ ହ୍ୱାଟ୍ସଆପ୍ ରେ ବି କଥା ହୋଇ ପାରୁ ନାହାନ୍ତି ।
ମମତା କହିଛନ୍ତି କି, ମୋ ଫୋନ୍ ଟ୍ୟାପ କରାଯାଇଛି ବୋଲି ମୁଁ ଜାଣିଛି । ଏନେଇ ମୋ ପାଖରେ ପ୍ରମାଣ ମଧ୍ୟ ଅଛି । ସରକାର ବି ଜାଣିଛନ୍ତି କାରଣ ଏହାକୁ ନିଜେ ସରକାର ହିଁ କରୁଛନ୍ତି । ଏହା କେନ୍ଦ୍ର ସରାକର ଏବଂ ଦୁଇ ତିନି ରାଜ୍ୟ ସରାକରଙ୍କ ଇଶାରାରେ ହିଁ ଚାଲିଛି । ମୁଁ କୌଣସି ରାଜ୍ୟର ନାଁ ନେବାକୁ ଚାହୁଁନି କିନ୍ତୁ ଗୋଟେ ରାଜ୍ୟ ବିଜେପି ଶାସିତ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆମକୁ କହିବାର ସ୍ୱାଧୀନତା କେଉଁଠି ଅଛି? ଆମେ ଆଜି କେଉଁ ସ୍ୱାଧୀନତାରେ ବଞ୍ଚୁଛୁ , ଯାହାଫଳରେ ମନଖୋଲିକି ଫୋନ୍ ରେ କଥା ବି ହୋଇ ପାରୁନୁ । ଏବେ କୌଣସି ଜିନିଷ ସୁରକ୍ଷିତ ନାହିଁ, ହ୍ୱାଟସଆପ୍ ବି ନୁହେଁ । ଆମେ ଭାବୁଥିଲୁ କି ହ୍ୱାଟସଆପ୍ ଜାସୁସି କରାଯାଇ ପାରିବ ନାହିଁ । କିନ୍ତୁ ଏବେ ହ୍ୱାଟ୍ସଆପ୍ ବି ସୁରକ୍ଷିତ ନାହିଁ ।