ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାଶ୍ମୀର ମଧ୍ୟସ୍ଥତା ବୟାନକୁ ନେଇ ଶୁଣାଯାଉଥିଲା କି ଏହାଦ୍ୱାରା ଭାରତ-ଆମେରିକା ସମ୍ପର୍କ ମଧ୍ୟରେ ଖଟାପଣ ଆସିପାରେ, କିନ୍ତୁ ହ୍ୱାଇଟହାଉସ ପକ୍ଷରୁ ଏହି ଆଶଙ୍କା ଉପରେ ପୂର୍ଣ୍ଣଛେଦ ପକାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଅତୁଟ, ଭାରତ ସହିତ ଆମେରିକାର ସମ୍ପର୍କ ବହୁତ ଭଲ ଏବଂ ଆହୁରୀ ଅଧିକ ମଜବୁତ ହେଉଛି ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।
ହ୍ୱାଇଟ ହାଉସର କାଉଁସିଲର କେଲିୟାନେ କାନୱେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ସହିତ ଆମର ବହୁତ ଭଲ ସମ୍ବନ୍ଧ ଏବଂ ଏହି ସମ୍ପର୍କ ମଜବୁତ ହେଉଛି । କାଶ୍ମୀର ଉପରେ ଟ୍ରମ୍ପଙ୍କ ବୟାନ ପରେ ଭାରତ ଏବଂ ଆମେରିକା ମଧ୍ୟରେ ଥିବେ ସମ୍ପର୍କ ବିଷୟରେ କରାଯାଇଥିବା ପ୍ରଶ୍ନର ଉତ୍ତରରେ କାନୱେ ଏହି ଟିପ୍ପଣୀ ଦେଇଛନ୍ତି ।
ହୁଏତ ଗୁରୁବାର ଆୟୋଜିତ ହୋଇଥିବା ଅନ୍ୟ ଏକ ବୈଠକରେ ଏହି ପ୍ରସଙ୍ଗ ଉପେର ପ୍ରଶ୍ନ କରାଯିବାରୁ ଆମେରିକା ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମାର୍ଗନ ଓର୍ଟାଗସ ଟିପ୍ପଣୀ କରିବାକୁ ମନାକରିଦେଇଥିଲେ । ସେ କହିଥିଲେ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ବର୍ତ୍ତମାନ ମୋ ପାଖରେ କିଛି କହିବାକୁ ନାହିଁ ।
ସୂଚନାଯୋଗ୍ୟ, କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିବାଥିବାର ଟ୍ରମ୍ପଙ୍କ ଏହି ବୟାନ ବାଜିକୁ ନେଇ ଭାରତ ସରକାର ଖାରଜ କରିଦେଇଛନ୍ତି ।
ଆମେରିକାର ଏକ ମିଡିଆ ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ମାମଲାରେ ମଧ୍ୟସ୍ଥତା କରିବା ସମ୍ବନ୍ଧ ଭଳି ବଡ ଭୁଲ କରି ଭାରତ ସହିତ ସମ୍ପର୍କ ସୁଧାର କରିବା ପାଇଁ ପୂର୍ବରାଷ୍ଟ୍ରପତିଙ୍କ ଉପଲବ୍ଧିକୁ ଖରାପ କରୁଛନ୍ତି । ଟ୍ରମ୍ପ ଏଭଳି କରି କୁଟନୈତିକ ଭୁଲ୍ କରିଛନ୍ତି ଯାହା ଏକ ମହତ୍ୱପୂର୍ଣ୍ଣ ଦେଶକୁ ବିମୁଖ କରିପାରେ ।
ସୋମବାର ଆମେରିକାର ରାଷ୍ଟ୍ରପତି ଏହି ବୟାନ ଦେଇ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲେ । ଟ୍ରମ୍ପଙ୍କ କହିବାନୁଯାୟୀ ଜାପାନର ଓସାକା ଜି୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ମାମଲାରେ ସାମଧାନ ପାଇଁ ତାଙ୍କୁ ସହାଯ୍ୟ ମାଗିଥିଲେ । ଟ୍ରମ୍ପଙ୍କ ଏହି ବୟାନ ତୁରନ୍ତ ପରେ ଭାରତ ସରକାର ପକ୍ଷରୁ ଖାରଜ କରାଯାଇଥିଲା ।