ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛିଣ୍ଡୁନି ମହାରାଷ୍ଟ୍ରର ମହାନାଟକ । ଗତକାଲି ଦେବେନ୍ଦ୍ର ଫଡନାବିସ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସମାଲୋଚକର ଟାର୍ଗେଟକୁ ଆସିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ପ୍ରକୃତରେ ବିଜେପି କାହିଁକି ଅଜିତ୍ ପୱରଙ୍କ ଉପରେ ଭରଷା କଲା ତାର ଜବାବ ରଖିଛନ୍ତି ଅମିତ୍ ଶାହା ।
ଗଣମାଧ୍ୟମ କୁ ସାକ୍ଷାତ କରି ଅମିତ୍ ଶାହା କହିଛନ୍ତି କି ଏନସିପି ବିଧାୟକ ଦଳର ନେତା ଭାବେ ଅଜିତ୍ ପୱରଙ୍କୁ ବଛା ଯାଇଥିଲା । ସରକାର ଗଠନ ପାଇଁ ତାଙ୍କ ପାର୍ଟି ତାଙ୍କୁ ଅଧିକୃତ କରିଥିଲେ । ଏହାସହିତ ରାଜ୍ୟପାଳ ବି ସରକାର ଗଠନ ପାଇଁ ତାଙ୍କ ସହ ଆଲୋଚନା କରିଥିଲେ ।
ସେ ଆହୁରୀ ମଧ୍ୟ କହିଛନ୍ତି ,ଏନସିପି ଯେତେବେଳେ ପ୍ରଥମ ଥର ସରକାର ଗଠନ ପାଇଁ ଅସମର୍ଥ ହୋଇଥିଲା, ସେହି ପତ୍ର ଉପରେ ବି ଅଜିତ୍ ପୱର ଦସ୍ତକ୍ଷତ କରିଥିଲେ । ଆଜି ବି ଯେଉଁ ସମର୍ଥନ ପତ୍ର ଆସିଛି ତା ଉପରେ ଅଜିତ୍ ପୱରଙ୍କ ଦସ୍ତକ୍ଷତ ରହିଛି ।