ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତି ଛାଡିବା ପାଇଁ ନିର୍ଣ୍ଣୟ ନେବେ, ସେବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଜନୀତିକୁ ବାଏ ବାଏ କରିବେ ବୋଲି ସେ ନିଜେ ମତବ୍ୟକ୍ତ କରିଛନ୍ତି । ହୁଏତ ସେ ଏପରି କହିଛନ୍ତି କି ଏଭଳି ପରିସ୍ଥିତି ଆସିବାରେ ବହୁତ ସମୟ ଅଛି ।
ଏହି କଥା କେନ୍ଦ୍ରମନ୍ତ୍ରୀ ୱାର୍ଡସ କାଉଣ୍ଟ ଫେଷ୍ଟିବାଲର ଏକ ଚର୍ଚ୍ଚାରେ କହିଛନ୍ତି । ଯାହାର ନାମ ‘ସ୍କ୍ରିପ୍ଟିଙ୍ଗ ହର ଷ୍ଟୋରୀ’ ରଖା ଯାଇଥିଲା । ଏହି ଅବସରରେ ଜଣେ ଦର୍ଶକ ସ୍ମୃତିଙ୍କୁ ପଚାରିଥିଲେ କି କେବେ ଆପଣ ପ୍ରଧାନ ସେବକ ଭାବେ ନଜର ଆସିବେ?
ଖବରମୁତାବକ, ଏହି ଶଦ୍ଧ ପ୍ରାୟତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖିଆ ହିସାବରେ ନିଜ ଭୂମିକାର ବିବରଣୀ ଦେବା ପାଇଁ ପ୍ରୟୋଗ କରିଥାନ୍ତି । ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ମୃତି ଇରାନୀ କହିଛନ୍ତି କି, କଦାପି ନୁହେଁ, ମୁଁ ରାଜନୀତିରେ ଭଲ ନେତାଙ୍କ ନେତୃତ୍ୱରେ କାମ କରିବା ପାଇଁ ଆସିଥିଲି । ମୁଁ ଭାଗ୍ୟଶାଳୀ କି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନିର୍ଦ୍ଦେଶନରେ କାର୍ଯ୍ୟ କରିଛି ଏବଂ ଏବେ ମୋଦି ଜୀ ଙ୍କ ନେତୃତ୍ୱରେ କାମ କରୁଛି । ଏହାସହିତ ଯେଉଁ ଦିନ ନରେନ୍ଦ୍ର ମୋଦି ତାଙ୍କ ଯୋତା ଟାଙ୍ଗିବା ତଥା ରାଜନୀତି ଛାଡିବାର ନିର୍ଣ୍ଣୟ ନେବେ , ସେବେ ମୁଁ ବି ଭାରତୀୟ ରାଜନୀତି ଛାଡିଦେବି ।
ଯେତେବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପଚରା ଗଲା କି ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସାମ୍ନା କରିବେ, ସେ କହିଥିଲେ କି ଏହାର ନିଷ୍ପତି ତାଙ୍କ ଦଳ ଏବଂ ଦଳର ଅଧ୍ୟକ୍ଷ ଅମିତ୍ ଶାହା କରିବେ । ହୁଏତ ସେ ଜୋର ଲଗାଇ କହିଥିଲେ କି ୨୦୧୪ରେ ଯେତେବେଳେ ମୁଁ ନିର୍ବାଚନ ଲଢିଥିଲି ସେତେବେଳେ ଲୋକେ ସ୍ମୃତି କିଏ ବୋଲି ପଚାରିଥିଲେ । ମାତ୍ର ୨୦୧୯ରେ ଲୋକେ ଜାଣିଛନ୍ତି କି ମୁଁ କିଏ ।