ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ କିଛି ମାସ ହେବ ମୋଦି ସରକାରଙ୍କ ଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଲ୍ ଆଣିବା ବିଷୟରେ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ଶୁଣିବାକୁ ମିଳୁଛି କି ଉତ୍ତରପ୍ରଦେଶର ଯୋଗୀ ସରକାର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କଡା ଆଇନ୍ ଲାଗୁ କରିବାକୁ ଯାଉଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ଯଦି କୌଣସି ବ୍ୟକ୍ତିଙ୍କର ଦୁଇ ରୁ ଅଧିକ ଛୁଆ ଅଛନ୍ତି ତେବେ ତାଙ୍କ ପାଇଁ ଦୁଃଖର ଖବର । ଏଭଳି ବ୍ୟଙ୍କିଙ୍କୁ ସାମାଜିକ କଲ୍ୟାଣ ଯୋଜନା ଉପରେ ରୋକ୍ ଲଗା ଯାଇପାରେ । ଏନେଇ ଯୋଗୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି କି, ବହୁତ ଶୀଘ୍ର ଜନସଂଖ୍ୟା ନୀତି ଘୋଷିତ କରାଯିବ ।
ଏହାପୂର୍ବରୁ ଅନ୍ୟ ପ୍ରଦେଶର ଜନସଂଖ୍ୟା ନୀତି ଉପରେ ଅଧ୍ୟୟନ କରାଯାଉଛି । ଆମେ ସବୁଠାରୁ ଭଲ ଜନସଂଖ୍ୟା ନୀତି ନେଇ ଆସିବୁ ।
ପୂର୍ବରୁ ୨ ହଜାର ମସିହାରେ ଜନସଂଖ୍ୟା ନୀତି ଉପରେ ସମୀକ୍ଷା କରାଯାଇଥିଲା । ପ୍ରଦେଶ ସରକାରଙ୍କ ମତରେ ଦକ୍ଷୀଣ ଭାରତର ରାଜ୍ୟ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ମାତ୍ର ଏନେଇ ଉତ୍ତର ଭାରତର ରାଜ୍ୟ ଲଗାତର ଭାବେ ସଂଘର୍ଷ କରି ଆସୁଛି । ଏହାବ୍ୟତିତ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ରାଜ୍ୟ ଗୁଡିକ ଅଧିକ ଶିଶୁ ଥିବା ବ୍ୟକ୍ତିଙ୍କ ପାଇଁ ସୁବିଧା କମ କରିଦେଇଛି ।