ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବୁଧବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଆସୁଛନ୍ତି । ଦୁଇଟି ସ୍ଥାନରେ ତାଙ୍କର ଦଳୀୟ କାର୍ଯ୍ୟକ୍ରମ ରହିଛି । ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କୁ ଗୁରୁଜ୍ଞାନ ଦେବା ପାଇଁ ଆସୁଥିବା ଶୁଣିବାକୁ ମିଳିଛି । ତେବେ ସେ ବୁଧବାର ଦିନ ୧୧ ସମୟରେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ପହଁଞ୍ଚିବେ । ସେଠାରେ କର୍ମକର୍ତ୍ତାଙ୍କ ସମୀଳନୀରେ ଯୋଗ ଦେବେ । ଏହାପରେ ସେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ହାଇସ୍କୁଲ ପଡିଆରେ ମଧ୍ୟ ଏକ କର୍ମୀ ସମୀଳନୀର ଆୟୋଜନ କରାଯାଇଛି । ଏହି ସମାବେଶରେ ୧.୩୦ରେ ଆୟୋଜିତ ହୋଇଛି ।
ଯୋଗୀଙ୍କ ନାଚୁଣୀ ସମାବେଶରେ ପ୍ରାୟ ୫୦ ହଜାର ଜନ ସାଧାରଣ ଯୋଗ ଦେବେ ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି । ତେବେ ଯୋଗୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେପେଟ ମଞ୍ଚଠାରୁ ଆରମ୍ଭ କରି ସବୁ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଯୋଗୀଙ୍କ ଓଡିଶା ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ନେତା । ଆଗମୀ ନିର୍ବାଚନ ପାଇଁ ଯୋଗୀଙ୍କ କର୍ଣ୍ଣ ମନ୍ତ୍ର ବିଜେପି କର୍ମୀଙ୍କୁ ନିତାନ୍ତ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ନିର୍ବାଚନ ଯେତିକି ପାଖଉଛି ସେତିକି ମାଳମାଳ କେନ୍ଦ୍ରୀୟ ନେତାମାନେ ଓଡିଶାରେ ଆସି ଡେରା ପକାଉଛନ୍ତି । ତେବେ ବିଜେପିର ବହୁ ତୁଙ୍ଗ ନେତାମାନେ ନିୟମିତ ଭାବରେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଏବଂ ବିଭିନ୍ନ ସାଧାରଣ ସଭା ଆୟୋଜନ କରୁଛନ୍ତି । ପୂର୍ବରୁ ଦଳର ହେବିୱେଟ ନେତା ନରେନ୍ଦ୍ର ମୋଦି,ରାଜନାଥ ସିଂହ ଏବଂ ଅମିତ ଶାହାଙ୍କ ଭଳି ନେତା ଓଡିଶାରେ ଆସି ଗୁରୁମନ୍ତ୍ର ଦେଇ ଚାଲି ଯାଇଛନ୍ତି । ଯାହାକୁ ନେଇ ଓଡିଶା ରାଜନୀତିରେ ସବୁବେଳେ ଚର୍ଚ୍ଚା ହେଉଛି । ଓଡିଶା ବିଜେପିକୁ ଅମିତ ଶାହା ଦେଇଥିବା ୧୨୦+ ମିଶନ ଟାସ୍କକୁ ପୂରଣ କରିବା ପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସି କେନ୍ଦ୍ରୀୟ ଡେରା ପକାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।