ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଭାରତରେ ବନ୍ଦ ହେଲା ୮୨୭ଟି ପର୍ଣ୍ଣ ସାଇଟ । ଏଣିକି ଇଣ୍ଟରନେଟରେ ଖୋଜିଲେ ଆଉ ମିଳିବନି ଏହି ସବୁ ଅଶ୍ଳିଳ ସାଇଟ । ଭାରତ ସରକାରଙ୍କ ଦ୍ୱାରା ଏହି ସବୁ ସାଇଟକୁ ବନ୍ଦ କରାଯାଇଛି । ତେବେ ଏଭଳି ନିଷ୍ପତିକୁ ନେଇ ନାଖୁସ ଅଛନ୍ତି ବ୍ୟବହାରକାରୀ । ବିଶେଷକରି ଯେଉଁମାନେ ପ୍ରତିଦିନ ଏହିସବୁ ପର୍ଣ୍ଣସାଇଟକୁ ଦେଖିଥାଆନ୍ତି ସେମାନଙ୍କ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । କିଛି ଲୋକ ବାର୍ଷିକ ଗ୍ରାହକ ମଧ୍ୟ ଅଛନ୍ତି । ତେବେ ସେମାନେ ଏଭଳି ନିଷ୍ପତିକୁ ନେଇ ବିରୋଧ କରୁଛନ୍ତି ।
ସେହିଭଳି ଯେଉଁ ସଂସ୍ଥା ଏହିସବୁ ସାଇଟକୁ ପରିବେଷଣ କରୁଛନ୍ତି ସେମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ସେପଟେ ଭାରତରେ ପର୍ଣ୍ଣ ସାଇଟକୁ ବ୍ୟାନ କରାଯିବା ପରେ ଜିଓ ତରଫରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ଏହି ସବୁ ସାଇଟ ଗୁଡିକକୁ ବନ୍ଦ କରିଦିଆଇଛି । ଏଭଳି ସାଇଟ ଗୁଡିକୁ ବନ୍ଦ କରିବା ସପକ୍ଷରେ ଥିବା ଲୋକମାନଙ୍କ କହିବାନୁଯାଇ , ପର୍ଣ୍ଣ ସାଇଟ ପାଇଁ ମହିଳାଙ୍କ ପ୍ରତି ଯୌନ ଲାଳସା ବୃଦ୍ଧି ପାଉଛି । ଏହା ଯୌନ ହିଂସାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି ବୋଲି କହିଛନ୍ତି ।
ଅନ୍ୟପଟେ ପର୍ଣ୍ଣସାଇଟର ବ୍ୟବହାରକାରୀ ମାନଙ୍କ କହିବା ଅନୁଯାଇ , ଚାଇଲ୍ଡ ପର୍ଣ୍ଣ , ରେପ ପର୍ଣ୍ଣ ଓ ବିଡିଏସଏମ ଭଳି ପର୍ଣ୍ଣ ଭିଡିଓକୁ ଭାରତରେ ବନ୍ଦ କରିବା କଥା । ଏ ସବୁ ଭିଡିଓ ସମାଜ ଉପରେ ପ୍ରଭାବ ପକାଉଥିବାରୁ ଏଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ସେପଟେ ଭାରତରେ ପର୍ଣ୍ଣହବ ଭଳି ବଡ ବଡ ସାଇଟ ଗୁଡିକୁ ବନ୍ଦ କରାଯାଇଛି ।
କିନ୍ତୁ ଏବେ ବି ଭାରତରେ ଅନ୍ୟାନ୍ୟ ଛୋଟ ଛୋଟ ପର୍ଣ୍ଣ ସାଇଟ ଗୁଡିକ ଚାଲୁରହିଥିବା ପର୍ଣ୍ଣହବର ଉପାଧ୍ୟକ୍ଷ କୋରି ପ୍ରାଇସ ମତ ରଖିଛନ୍ତି । ତେବେ ସେଇସବୁ ସାଇଟକୁ ଅତିଶିଘ୍ର ବନ୍ଦ କରାଯିବା ସପକ୍ଷରେ ସେ କହିଛନ୍ତି । ଏବେ ବି ବିଭିନ୍ନ ସାଇଟ ଗୁଡିକର ନିଜ ନାମକୁ ବଦଳାଯାଇ ପର୍ଣ୍ଣ କାରବାର ଜାରିରହିଥିବା ଅଭିଯୋଗ ହୋଇଛି । ତେବେ ଭାରତ ସରକାର ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।