ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ) : ଜାମ୍ମୁକାଶ୍ମୀରରୁ ଧରା ୩୭୦ ଉଚ୍ଛେଦ ହେବା ପରଠାରୁ ଜାମ୍ମୁକାଶ୍ମୀରରେ ଫୋନ କଲ ଓ ଇଣ୍ଟରନେଟ ବ୍ୟବହାରକୁ ନେଇ ପ୍ରତିବନ୍ଧକ ରହିଥିଲା । ତେବେ ରହିଥିବା ଏହି ପ୍ରତିବନ୍ଧକ ଆଜି ହଟିପାରେ । ଏନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି ବୈଠଳରେ ଏହାର ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପୋଷ୍ଟପେଡ ଉପରୁ ଆଜି କଟକଣା ହଟାଇ ଦିଆଯାଇପାରେ ।
ପରେ ଆଉ କିଛିଦିନର ବ୍ୟବଧାନ ପରେ ପ୍ରିପେଡ ସେବା ଯୋଗାଇ ଦିଆଯିବା ନେଇ ଆଲୋଚନା ହେବ । ସେହିଭଳି ଇଣ୍ଟରନେଟ ବ୍ୟବହାର ଉପରେ ଏବେ ମଧ୍ୟ କଟକଣା ଜାରି ରହିଛି । ଇଣ୍ଟରନେଟ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯିବ ନାହିଁ ବୋଲି ଜଣା ପଡିଛି । ସୂଚନାଯୋଗ୍ୟ କାଶ୍ମୀର ଘାଟୀରେ ୬୬ ଲକ୍ଷ ମୋବାଇଲ ଗ୍ରାହକ ଅଛନ୍ତି, ଯେଉଁଥିରେ ୪୦ ଲକ୍ଷ ଲୋକ ପୋଷ୍ଟପେଡ ବ୍ୟବହାର କରିଥାନ୍ତି ।
ଗତ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଦୀର୍ଘ ୬୮ ଦିନ ହେବ ଘାଟୀରେ ମୋବାଇଲ ପୋଷ୍ଟପେଡ ସେବା ବନ୍ଦ ରହିଛି । ଯାହା ଆଜିଠାରୁ ଆରମ୍ଭ ହୋଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଷ୍ଟପେଡ ମୋବାଇଲ ସେବା ଦିଆଯିବ ମାତ୍ର ଗ୍ରାହକଙ୍କୁ ଏଥି ପାଇଁ ଭେରିଫିକେଶନ କରିବାକୁ ପଡିପାରେ ।